କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ,ଗଛ ପଡି ଜାତିୟ ରାଜପଥ ଅବରୋଧ
କଳ।ହାଣ୍ଡି(ଯୁଗାଦ୍ଦ ନ୍ୟୁଜ), କଳାହାଣ୍ଡି ଜିଲ୍ଲାରେ ଆଜି ସକାଳୁ କାଳବୈଶାଖୀର ପ୍ରଭାବ ଦେଖାଦେବା ହେବା ସହ ପ୍ରବଳ ମାତ୍ରାରେ ଝଡ ତୋଫାନ ଅନୁଭୁତ ହେଉଛି । ପ୍ରବଳ ବର୍ଷାଯୋଗୁ କଳାହାଣ୍ଡି ଜିଳ୍ଳା ମୋଟେର କୁସୁମଖୁଣ୍ଟି ଜାତିୟ ରାଜପଥ ଠାରେ ଗଛ ପଡିବା ଯୋଗୁ ଦୁଇଘଣ୍ଟା ଧରି ଜାତିୟ ରାଜପଥ ଜାମ ହୋଇଯାଇଥିବା ଦ୍ୱାରା ଯାତ୍ରୀମାନଙ୍କର ଯାତାୟତରେ ବାଧା ଉପୁଜିଥିଲା । ଦୀର୍ଘ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଦୁଇଘଣ୍ଟା ଧରି ଜାତିୟ ରାଜପଥ ଜାମ ହୋଇଥିବାବେଳେ ଖବର ପାଇ ମୋଟେର ଫାଣ୍ଡି ଅଧିକାରି ଶେଖର ଜେନା ଓ ସ୍ଥାନିୟ ଯୁବକ ମାନେ ରାସ୍ତାରେ ପଡିଥିବା ଗଛକୁ ସଫାକରିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ।