କଳାହାଣ୍ଡି ଜିଲ୍ଲା ବିଭିନ୍ନ ଜାଗାରେ ଲାଗିଲା ମାଓ ପୋଷ୍ଟର
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କୀଟପଦାର ରେ ଲାଗିଲା ମାଓ ପୋଷ୍ଟର। ଏମ୍ ରାମପୁର ଥାନା ଅନ୍ତର୍ଗତ ଡମ୍ବକରଲାଖୁଣ୍ଟା, ମାଣିକେରା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରି ଲଗାଇଛନ୍ତି ମାଓ ପୋଷ୍ଟର।କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ଲାଗିଛି ମାଓ ପୋଷ୍ଟର। ପୋଲିସ ଇନଫରମର କାମ କରନ୍ତୁ ନାହିଁ।ଡେଟୋନେଟର ଲଗାଇବା ସହ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ପୋଲିସ ଓ ଗୁଇନ୍ଦା ଅଫିସର ଭୟ ର ଚାପ ଓ ପ୍ରଲୋଭନ ରେ ପଡନ୍ତୁ ନାହିଁ। ଗାଁ ଗାଁ ରେ ଥିବା ପୋଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟି କୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୋଲିସ କୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତି କୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ସୂଚନା ଥାଉ କି ଗତ ୯ତାରିଖ ଦିନ ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଳୁ ର ଡିଏସପି ଗୁରୁତର ଆହତ ହୋଇଥିଲେ। ପରେ ମାଓବାଦୀ ମାନେ ରକ୍ତମୁଖା ହୋଇ ପୋଷ୍ଟର ଲଗାଇଥିବା ଆଲୋଚନା ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି।


