କଳାହାଣ୍ଡି ଜିଲ୍ଲା ର ଜଳସେଚନ ଯୋଜନା ର ମୁଖ୍ୟ ସ୍ରୋତଧର ବିଦେଶୀ ହରିପଦ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଏକଦା ଅନାହାର,ଅର୍ଦ୍ଧାହାର ଅନା ବୃଷ୍ଟି ମରୁଡି ହର୍ଜରିତ ଜଳାହାଣ୍ଡ ଜିଲ୍କା ର ଲୋକେ ସାମାନ୍ୟଖାଦ୍ୟ ପାଇଁ ହା ଦୁର୍ଭିକ୍ୟ ର ଶିକାର ହେଉଥିବା ବେଳେ ଅନାବୃଷ୍ଟି ଏବଂ ଉପଯୁକ୍ତ ଜଳ ସେଚନ ଅଭାବ ଯାଗୁଁ ଚାଷକାର୍ଯ୍ୟ ବାଧା ପ୍ରାପ୍ତ ହୋଇ ୭୦ ଦଶକରେ ମରୁଡି ର ପଦ ଧୂନି ପଡି ଥିଲା କଳାହାଣ୍ଡ ଜିଲ୍ଲା ରେ ‘ ଏହି ସମୟରେ ନା ଥିଲା ଜଳ ସେଚନ ବ୍ୟବସ୍ଥ୍ୟ ନା ଥିଲା କୌଣସି ଯାନ୍ତ୍ରିକ ଉପକରଣ, ଏଭଳି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାର ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ସ୍ବର୍ଗତ ବିଦେଶୀ ହରିପଦ ହରିପାଲ ହରିଜନ କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ଏକ ନୁଆଁ ଇତିହାସ ସୃଷ୍ଟି କରିଥିଲେ, ଜଣେ ବୁଲଡେଜର ଅପରେଟର ଭାବେ ଯଥା ଥିଖାଲି, କର୍କଟା, ସୁନ୍ଦର ଡେମ, ପଥରା ଡେମ, ରେତ ଡେମ, ରାବଣ ଦର ଜଳ ପ୍ରପାତ ଭଳି ଅନେକ ଜଳସେଚନ ପ୍ରକଳ୍ପର ଭିତିଭୂମି ପ୍ରତିଷ୍ଠା କରି କଳାହାଣ୍ଡି ଜଳସେଚନ କ୍ଷେତ୍ରରେ ଏକ ନୁଆଁ ଦିଗନ୍ତ ସୃଷ୍ଟି କରିପାରିଥିଲେ , ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲରେ ତାଙ୍କ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଅନେକ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି , ଏଭଳି ଜଣେ ପ୍ରାଥୀଭାବନ ବ୍ୟକ୍ତିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୁକ୍କାୟିତ୍ୱ ଭାବରେ ରଖାଯାଇଥିବା ବେଳେ ଆଜିକାର ଅନେକ ଜଳସେଚନ ପ୍ରକଳ୍ପ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି , ସ୍ବର୍ଗତ ବିଦେଶୀ ହରିପଦ ହରିପାଲ ହରିଜନ ଏକ ଦଳିତ ସମାଜରୁ ହୋଇଥିଲେ ମଧ୍ୟ ସେ ଭାରତୀୟ ସନ୍ୟାବାହିନୀ ବାହିନୀର ବୁଲଡେଜର ଅପରେଟର ଭାବେ କୋଡିଏ ବର୍ଷ କାର୍ଯ୍ୟକରିବା ପରେ ନିଜ ଜନ୍ମ ମାଟିରେ କିଛି କରିଦେଖାଇବା ପାଇଁ ଏଭଳି ଅନେକ ପ୍ରକଳ୍ପରେ ତାଙ୍କର ସହଯୋଗ କୃଷି କ୍ଷେତ୍ରରେ ଅନେକ ଚାଷୀ ଙ୍କୁ ସ୍ୱଭାବ ଲମ୍ବି କରିପାରିଥିଲା , ଏଭଳି ଜଣେ ଦୁରଦୃଷ୍ଟି ବ୍ୟକ୍ତି ଙ୍କୁ ଅବହେଳା ତଥା ମର୍ଯ୍ୟାଦା ଦେବା ଜଣେ ବିପ୍ଲବୀ ଓ ଅସାଧାରଣ ବ୍ୟକ୍ତିଙ୍କୁ ଅଣଦେଖା ଶ୍ରଦୂଷ୍ୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି , ନିଜ ଜୀବନ କାଳରେ କୃଷି ଓ ଜଳସେଚନ ର ବାର୍ତ୍ତା ଦେଉଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ, ରାଜ୍ୟସରକାର ସଂମାନ ଦେବାଜରୁରୀ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ,