କଳାହାଣ୍ଡି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ
ଭବାନୀପାଟଣା, (ମାଧବ ସାହୁ):ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ, ଡ଼. ମଧୁସୂଦନ ଦାସ, ସଭାପତି ଓମଫେଡ଼, ଓଡିଶା, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନୀ, ଉପ ମତ୍ସ୍ୟ ନିର୍ଦେଶକ, କଲାହାଣ୍ଡି କଲାହାଣ୍ଡି ଅରୁଣ କୁମାର ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ, କଲାହାଣ୍ଡି, ସୁଶ୍ରୀ ଦ୍ରୌପଦୀ ମାଝୀ, ମୁଖ୍ୟ ମଞ୍ଚାଷିନ ହୋଇଥିଲେ।ଏବଂ ଏହି ମେଳା ୧୦ ଏବଂ ୧୧ ଡିସେମ୍ବର ଅନୁଷ୍ଠିତ ହେବ । ଏହି ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟନ୍ୟା ବିଭାଗିୟ କାର୍ଯ୍ୟକ୍ରମ ରେ ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗ କୁ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ପ୍ରଦର୍ଶନ କରାଯାଇଅଛି ! ଏଥିରେ କଲାହାଣ୍ଡି ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା ! ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀ ଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞ ମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ ! ଏବଂ ଏହି ଅବସରରେ ସଫଳ ଚାଷୀ ଙ୍କୁ ସମ୍ଭର୍ଦ୍ଧିତ କରାଯିବା ସହିତ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ବିଭିନ୍ନ ପ୍ରଜାତିର ଜୀବନ୍ତ ଗୃହ ପାଳିତ ପଶୁ ଓ ପକ୍ଷୀ ତଥା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନ କରାଗଲା ! ଉକ୍ତ କାର୍ୟ୍ଯକ୍ରମ ରେ ବହୁଳ ଯୋଗଦାନ ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ଭାଇ ଭଉଣୀ ଙ୍କୁ ଉତ୍ସାହିତ କରିଥିଲା ! ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ସରକାରୀ ଆର୍ଥିକ ସହାୟତାର ସଚେତନତା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା ମାଧ୍ୟମରେ କୃଷି ପାଇଁ ଋଣ ର ସହଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କ୍ରୟ ନିମନ୍ତେ ଏବଂ ଏହି ଉଦଘାଟନୀ କାର୍ଯ୍ୟାକ୍ରମର ମୁଖ୍ୟ ଅତିଥିଭାବରେ ମାନ୍ୟବର ବିଧାୟକ ଲାଞ୍ଜିଗଡ଼ ଶ୍ରୀଯୁକ୍ତ ପ୍ରଦୀପ ଦିଶାରି ଯୋଗଦାନ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଷ୍ଟଲ ସବୁ ବୁଲି ଦେଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦିଶାରି ତାଙ୍କ ବ୍ୟକ୍ତବରେ ଏହି ମେଳା ଆୟୋଜନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଆଧୁନିକ କୃଷି ପ୍ରଣାଳୀ ଆପଣେଇ ଜିଲ୍ଲାର ଚାଷୀମାନେ କିପରି ଅଧିକ ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ ।