କଳାହାଣ୍ଡି- ଟ୍ରାକ୍ଟର ଓଲଟି ୪ ମୃତ ୭ ଗୁରୁତର

କଳାହାଣ୍ଡି:ଭବାନୀପାଟଣା ଥୁଆମୁଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥ କାଦୋ ପଦର ଛକ ନିକଟରେ ଟ୍ରାକ୍ଟର ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ ଆଜି ସକାଳୁ ଲାବନ୍ୟସର ଅଞ୍ଚଳରୁ ଭବାନୀପାଟଣା ହିଲ୍ ଟାଉନ୍ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଡ୍ରେନ କାମ ପାଇଁ ଲାବନ୍ୟସର ଅଞ୍ଚଳରୁ ୧୦ ରୁ ଉର୍ଦ୍ଧ ଶ୍ରମିକ ଡ୍ରେନ କାମ ପାଇଁ ଆସିଥିଲେ । କାମ ସାରି ଏକ ଐଗଞ ଟ୍ରାକ୍ଟର ରେ ୧୫ ରୁ ଉର୍ଦ୍ଧ ଶ୍ରମିକ ନିଜ ଘରକୁ ଫେରିବା ବେଳେ କାଦୋ ପଦର ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ଆଣିବା ପରେ ମେଡିକାଲ ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ଭବାନୀପାଟଣା ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ଘଟଣାର ର ତଦନ୍ତ ଚଲାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ