କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବନୀପାଟଣାସ୍ଥିତ ଅମଲା ଭବନ ଠାରେ ଆଜି ଦିବା ୨.୩୦ ମି ସମୟରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଭିନ୍ନକ୍ଷମ ମଞ୍ଚର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନିପାଟଣା ପୈାରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଉପଖଣ୍ଡ ସାମାଜିକ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ବିଶି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ଶ୍ରୀ ସୁଭାଶିଷ ମହାନ୍ତି, ଦାପ୍ତା ସମ୍ପାଦକ ରାଜୁ ଶର୍ମା,ସାଇଟସେୱର ର ଅଶୋକ ଶବର , ପ୍ରିୟବ୍ରତ ପାଢ଼ୀ, କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଂପାଦକ ଜୟଦେବ ସାହୁ କୋଷାଧ୍ୟକ୍ଷ ରୋମାଞ୍ଚଳ ପୁଟେଲ ସହ ସଂପାଦକ ହିରାମଣି ସାହୁ ଉପସ୍ଥିତ ଥିଲେ


