କଳାହାଣ୍ଡି ପୋଲିସ ପ୍ରଶାସନ ତରଫରୁ ଥୁଆମୂଳ ରାମପୁର ଠାରେ ରକ୍ତଦାନ ଶିବିର
କଳାହାଣ୍ଡି:ପୋଲିସ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର।ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଯୁକ୍ତ ଦୁଇ ବିଦ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ କୁମାର ମହନ୍ତ ଅଧ୍ୟକ୍ଷତା କରିଥିଲେ।ଥୁଆମୂଳ ରାମପୁର୍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମନୋରଞ୍ଜନ କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଥୁଆମୂଳ ରାମପୁରର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମନୋରଞ୍ଜନ କୁମ୍ଭାର,ଏ ଏସ୍ ଆଇ ଶ୍ରୀ ସୋମେଷ୍ପର ବାଗଙ୍କ ସମେତ ଆଇ ଆର୍ ବି ସୁରକ୍ଷା କର୍ମୀ ମାନେ ମଧ୍ୟ ରକ୍ତଦାନ କରିଥିଲେ। ଏଥି ସହିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମୁରଲୀଧର ନାଏକ, ସମାଜ ସେବୀ ଶ୍ରୀ ମାଣିକ୍ୟ ଚନ୍ଦ୍ର ନାଏକ, ଥୁଆମୂଳ ରାମପୁର ଯୁକ୍ତ ଦୁଇ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଛିନା,ସାମ୍ବାଦିକ ଶ୍ରୀ ପ୍ରଦୀପ ପଣ୍ଡା, ନେହେରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଶ୍ରୀ ଚନ୍ଦ୍ରହାସ୍ୟ ପାତ୍ର ଏବଂ ବ୍ଲକ ବିଜୁ ବାହିନୀର ସଦସ୍ୟଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଆୟୋଜିତ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ।