କଳାହାଣ୍ଡି ର ଅନ୍ୟତମ ପର୍ଯଟନ ସ୍ଥଳ ଗୁଡହାଣ୍ଡି

ଡୋକାରିଚଞ୍ଚରା ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ପ୍ରଫେସର ଭୁବନେଶ୍ବର ମେମୋରିଆଲ ଫାଉଣ୍ଡେସନ ଓ ୟୁଥ ରେଡକ୍ରସ ଲଡୁଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନେହେରୁ ଯୁବା କେନ୍ଦ୍ର ଭବାନୀପାଟଣା, ନେହେରୁ ଯୁବକ ସଂଘ ବଙ୍ଗୋମୁଣ୍ଡା,ବୈଭବ ମହିଳା ସଂଘ ନକଟିଗୁଡା,ନେତାଜୀ ସେବା ସଂଘଠନ ବ୍ରାହ୍ମଣ କେନ୍ଦୁଗୁଡା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି, ସମାଜସେବୀ ଚିନ୍ମୟ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରେ ସାମୁହିକ ଶପଥ ପାଠ କରି ସ୍ଵଚ୍ଛତା କୁ ଏକ ମିଶନ ରୁପେ ନେଇ ଆଗାମୀ ଦିନ ରେ ମଧ୍ୟ କଳାହାଣ୍ଡି ଜିଲ୍ଲା ରେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକୁ ଆବର୍ଜନା ମୁକ୍ତ କରିବାକୁ ଶପଥ ନେଇଥଲେ ସମ୍ପାଦକ ଅବିନାଶ ମୁଣ୍ଡ ଙ୍କ ସଂଯୋଜନା ରେ ସ୍ବେଚ୍ଛାସେବୀ ମାନେ ପର୍ଯ୍ୟଟନ ସ୍ଥଳି ରେ ପଡିଥିବା ଅଳିଆ ଆବର୍ଜନା ସଫା ସୁତୁରା କରିଥିଲେ, ଏହି ଅବସରରେ ଗୁଡାହାଣ୍ଡି ଉନ୍ନୟନ ସମିତି ସଭାପତି ଭଦରେଶ୍ୱର ପାତ୍ର, ବିରଞ୍ଚି ନାରାୟଣ ପଣ୍ଡା, ୟୁଥ ରେଡ କ୍ରସ ପରାମର୍ଶ ଦାତା ସଞ୍ଜୟ କୁମାର ପୁରୋହିତ ବରିଷ୍ଠ ସମାଜସେବୀ ଘାସିରାମ ପାଟଯୋଶୀ, ଅଧ୍ୟାପକ ଅଇରୀ ନାସନ ଚିନ୍ଦା ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ