କଳାହାଣ୍ଡି-ଲକ ଡାଉନ ନିୟମ ଉଲ୍ଲଙ୍ଘନ କରି ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଥାନା ରେ ଅଟକ
କଳାହାଣ୍ଡି:ଜଣେ ଜନ ପ୍ରତିନିଧି ହୋଇ ନିୟମ ଭାଙ୍ଗିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ରେ ନିଜର ନୂତନ ନିର୍ମିତ ଗୃହ ପ୍ରବେଶ କରିବାକୁ ବନ୍ଧୁ ବାନ୍ଧବ ଓ ନିମନ୍ତ୍ରଣ କରିଥିଲେ ଅତିଥି ଙ୍କୁ ଏହି ଖବର କୌଣସି ସୂତ୍ରରୁ ପାଇ କୋକସରା ପୋଲିସ ବେହେରା ଗ୍ରାମ ରେ ପହଞ୍ଚି ଲକ ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି ଙ୍କୁ ନିଜ ହେପାଜତ ରେ ନେଇ କୋକସରା ଥାନା ରେ ଅଟକ ରଖିଥିବା ଜଣାପଡ଼ିଛି, ତେବେ ଜଣେ ଜନ ପ୍ରତିନିଧି ହୋଇ ସରକାର ଙ୍କ କଟକଣା ସମୟରେ ନିଜ ର ଦାଇତ୍ଵ ଜ୍ଞାନ ଭୁଲି ସରକାରୀ ନିୟମ କୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଏବେ ହରଡ଼ଘଣା ରେ ପଡିଥିବା ଘଟଣା ଚର୍ଚ୍ଚା ର ବିଷୟ ପାଳଟି ଥିବା ବେଳେ ଏନେଇ କୋକସରା ଥାନା ରେ ଏକ ମାମଲା ରୁଜୁ ହୋଇଥିବା ଓ ଆଇନ ଓ ସରକାରୀ କଟକଣା ଉଲ୍ଲଙ୍ଘନ ଅଭିଯୋଗ ରେ ତାଙ୍କୁ ଥାନା ରେ ଅଟକ ଥିବା ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି।


