କଳାହାଣ୍ଡି ଲେଖିକା ସଂଘର ବୈଠକ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ସ୍ଥାନୀୟ ଲେଖକ କଳା ପରିଷଦଠାରେ କଳାହାଣ୍ଡି ଲେଖିକା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲେଖିକା ସଂଘର ସଭାପତି ସୁଚେଷ୍ଟା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦିକା କଳ୍ପନା ରଥ ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରିଥିଲେ । କଳ୍ପିତାର ଆଗାମୀ ସଂଖ୍ୟା ଲୋକାର୍ପିତ ହେବା ସହ ଲେଖିକା ମାନଙ୍କ ସମାଗମ ହେବ । ଏଥିରେ ସମାଜ ପାଇଁ ନାରୀ ଲେଖକଙ୍କ ଭୂମିକା ଉପରେ ସାରସ୍ବତ ଆଲୋଚନା ହେବା ନେଇ ସୂଚୀ ପ୍ରସ୍ତୁତ କରାଯାଇଥିଲା । ସ୍ଵର୍ଣ୍ଣକାନ୍ତି ବୈକାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସବିତା ଶତପଥୀଙ୍କୁ ବାର୍ଷିକ ଉତ୍ସବର ଅଟକଳ ଦାୟିତ୍ବ ବହନ କରିବା ପାଇଁ ଅନୁରୋଧ କରାଯାଇଥିଲା । କବି ବନଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା , ସୁରେନ୍ଦ୍ର ନେଗୀ , ବିରଞ୍ଚି ନାରାୟଣ ମୁଣ୍ଡ , ଭାଗିରଥୀ ବେହେରା ଓ ତାପସ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ