କଳାହାଣ୍ଡି- ସରକାରୀ ହସପିଟାଲରେ ଟଙ୍କା ଆଦାୟ କରି ଡାକ୍ତର ହଟହଟା , ଗଣମାଧ୍ୟମ ପ୍ରତିନିଧି ହସ୍ତକ୍ଷେପ ପରେ ଫେରସ୍ତ କରି ଫେରାଇ ନେଲେ ଯୋଗାଇଥିବା ସାମଗ୍ରୀ
ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କୁ ଚିକିତ୍ସା ନା ରେ ୮ ଶହ ଟଙ୍କା ଆଦାୟ । ଏ ହେଉଛନ୍ତି ଥୁଆମୁଳ ରାମପୁର ତୁମେରଖୋଲା ଗାଁ ର ମହେନ୍ଦ୍ର ରାଉତ । ଗତ ୧୩ ତାରିଖ ଦିନ ହାତ ଭଙ୍ଗି ଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଆଜି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ । ଓପିଡି ର ଡାକ୍ତର ପ୍ଲାଷ୍ଟର ପାଇଁ ଅସ୍ତିସଲ୍ୟ କୁ ପଠେଇ ଥିବା ବେଳେ ଅସ୍ତିସଲ୍ୟ ଡାକ୍ତର ସୁନିଲ ପାଢୀ ତଥା କମ୍ପାଉଣ୍ଡର ରାଜକିଶୋର ନାଏକ ମହେନ୍ଦ୍ର ଙ୍କ ଠାରୁ ୮ ଶହ ଟଙ୍କା ଫିଜ୍ ଆଦାୟ କରି ପ୍ଲାଷ୍ଟର ଓ ସ୍କାର୍ଫ ବାନ୍ଧି ଚିକିତ୍ସା ଯୋଗାଇ ଦେଇଥିଲେ । ଯାହାକୁ ସେଠାରେ ଉପସ୍ଥିତ ଥିବା ଜଣେ ସଚେତନ ଯୁବକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୁଚନା ଦେବା ପରେ ଡାକ୍ତର ଉ କର୍ମଚାରୀ ହଟହଟା ହୋଇଥିଲେ ଏବଂ ମହେନ୍ଦ୍ର ଙ୍କ ୮ ଶହ ଟଙ୍କା ଫେରସ୍ତ କରିଥିବା ପ୍ଲାଷ୍ଟର ଓ ସ୍କାର୍ଫ କୁ କାଢି ନେଇଥିଲେ । ଅଭିଯୋଗ କୁ ଖୋଦ କମ୍ପାଉଣ୍ଡର ମାନୁଥିବା ବେଳେ ଭୁଲ ହୋଇଯାଇଥିବା ସ୍ବୀକାର କରୁଛନ୍ତି ହେଲେ ନା ଡାକ୍ତର ନା କମ୍ପାଉଣ୍ଡର କେମେରା ସାମ୍ନାରେ କିଛି କହିବାକୁ ନାରାଜ । ଏପରିକି ଭବାନୀପାଟଣା ମୁଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ କରାଯିବ ବୋଲି ସୁଚନା ଦେଉଥିବା ବେଳେ କେମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି ।