କଳା ଆଇନ ପ୍ରତ୍ୟାହାର ଦାବୀରେ ସିପିଆଇ, ସିପିଏମ୍ ଓ କଂଗ୍ରେସର ମିଳିତ ହରତାଳ ସଫଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : କଳା ଆଇନ ପ୍ରତ୍ୟାହାର ଦାବୀରେ ସିିପିଆଇ, ସିପିଏମ୍ ଓ କଂଗ୍ରେସର ମିଳିତ ହରତାଳ ବନ୍ତ ବ୍ଲକରେ ସଫଳ ହୋଇଛି । ବିଭିନ୍ନ କେନ୍ଦ୍ରୀୟ ସଙ୍ଗଠନ ଡାକରାରେ ଦେଶ ବ୍ୟାପୀ ହରତାଳ ଅନୁଷ୍ଠିତ ହୋଇଥିବା ବେଳେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଏହି ହରତାଳ ଦେଖିବାକୁ ମିଳିଥିଲା । ସକାଳ ୭ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସିପିଆଇ ସମର୍ଥୀତ ଏ.ଆଇ.ଟି.ୟୁ.ସି, ସିପିଏମ୍ ସମର୍ଥୀତ ସିଆଇଟିୟୁ ତଥା ଛାତ୍ର ଯୁବକ ସଂଗଠନ ଓ କଂଗ୍ରେସ ଦଳ ପକ୍ଷରୁ ମିଳିତ ଧର୍ମଘଟ କରାଯାଇଥିଲା । ପ୍ରାରମ୍ଭରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କର୍ମୀ ମାନେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ପରେ ଉଭୟ ଥାନା ଛକ ଓ କେନ୍ଦୁଆପଦା ଛକରେ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାସ୍ତାକୁ ଅବିରୋଧ କରି ବସି ରହିଥିଲେ । ଫଳରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରୁ ଯାନାବାହାନ ଚଳାଚଳ ବନ୍ଦ ରହିଥିଲା । ଏହି ଧର୍ମଘଟ ଫଳରେ ବନ୍ତ ଥାନା ଛକ, କେନ୍ଦୁଆପଦା ଛକ, ପୁରୁଣା ବଜାର, ଆଗରପଡା, ସେଣ୍ଢତୀରା ଆଦି ବିଭିନ୍ନ ବଜାରରେ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ଅଫିସ ବନ୍ଦ ଥିବାର ଦେଖାଯାଇଥିଲା । କେନ୍ଦ୍ରର କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମ ଆଇନ ବାତିଲ କରିବା, ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦେବା, ସମ୍ବିଧାନର ସୁରକ୍ଷା ଆଦି ଦାବୀ ନେଇ କେନ୍ଦ୍ରର ଜନମାରଣ ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ହୋଇଥିଲା । ଏହି ହରତାଳରେ ଜିଲା ସିପିଆଇ ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଏ.ଆଇ.ଟି.ୟୁ.ସିର ନେତା ରବିନ୍ଦ୍ର ସେଠୀ, ନାରାୟଣ ଜେନା, ରବିନ୍ଦ୍ର ଦାସ, ସିପିଆଇ ଜୋନ୍ ସହ ସଂପାଦକ ତଥା ଆଇନଜୀବି ପରମେଶ୍ୱର ବାରିକ, ବିଷ୍ଣୁ ଚରଣ ଜେନା, ଅଭିମନ୍ୟୁ ଜେନା, ସମିତି ସଭ୍ୟ ରତିକାନ୍ତ ଜେନା, କାଳନ୍ଦି ରାଉତ, ସୟଦ୍ ଆଜାଦ୍‌, ମାର୍କଣ୍ଡ ବାରିକ, କିଶୋର ବିଶ୍ୱାଳ, ରମାକାନ୍ତ ସାହୁ, ସୁକାନ୍ତ ଜେନା, କିଶୋର ବେହେରା, ମହିଳା ସମିତିର ନେତ୍ରୀ ମାଳତୀ ଜେନା, ଅହଲ୍ୟା ମହାକୁଡ, ସି.ଆଇ.ଟି.ୟୁର ମହେଶ୍ୱର ନାୟକ, ନାରାୟଣ ଲେଙ୍କା, ସିପିଏମର ବ୍ଲକ ସଂପାଦକ ରବିନ୍ଦ୍ର ନାୟକ, ଯୁବ ଆଇନଜୀବି ପ୍ରତାପ ସେଠୀ, ଦାମୋଦର ଜେନା, ପାତ ମୁଣ୍ଡା, ସେକ୍ ରାଜୁ, ନାଥ ମୁଣ୍ଡା, ପାଚିକା ସଂଘର ଲକ୍ଷ୍ମୀ ଦାସ, କୁଞ୍ଜଲତା ସାହୁ, କାଞ୍ଚନ ଖିଲାର, ଉଷାରାଣୀ ଦାସ, ଆଶା ସଂଘର ସୁଲୋଚନା ରଣା, ମାଳତୀ ପେଡା, ନାରାୟଣ ପାତ୍ର ଏବଂ କଂଗ୍ରେସ ଦଳର ରାହୁଲ ଅମିନ୍‌, ଶ୍ୟାମ ସୁନ୍ଦର ଦାସ, ଯୁବ କଂଗ୍ରେସ ନେତା ଜ୍ୟୋତି ରଂଜନ ନାୟକ, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ସାଦ୍ଦ୍ ସିଦ୍ଧିକ୍‌, ସୟଦ୍ ଜମିଲୁ ରହେମନ୍‌, ତାରିକ ଅଞ୍ଜୁମ୍ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଶାନ୍ତି ଶୃଂଖଳା ରକ୍ଷା ପାଇଁ ବନ୍ତ ଆଇଆଇସି ନେତୃତ୍ୱରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ