କଳା ଦର୍ପଣ’ର ଚିତ୍ରକଳା କର୍ମଶାଳା ‘ସାଦୃଶ୍ୟ-ନେଚର’ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା) :‘କଳା ଦର୍ପଣ’ ସଂଗଠନ ପକ୍ଷରୁ ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ଚାଲିଥିବା ଦୁଇଦିନିଆ ଜାତୀୟ ସ୍ତରର ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ‘ସାଦୃଶ୍ୟ- ନେଚର ୨୦୨୧’ ବୁଧବାର ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଚିତ୍ରକଳା ମାଧ୍ୟମରେ ପ୍ରକୃତିକୁ ଭଲ ପାଇବା ଓ ପରିବେଶ ସୁରକ୍ଷା ପ୍ରତି ସାଧାରଣରେ ସଚେତନତା ସୃଷ୍ଟି କରିବାରେ ‘କଳା ଦର୍ପଣ’ର ଏହି ସାଧୁ ଉଦ୍ୟମକୁ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ରଙ୍ଗତୂଳୀରେ ଶିଳ୍ପୀ ଆଙ୍କିଥିବା ଆମର ସଂସ୍କୃତି, ପରମ୍ପରା ଓ ପ୍ରକୃତିର ଚିତ୍ର ଅତ୍ୟନ୍ତ ଉଚ୍ଚକୋଟିର ହୋଇପାରିଛି । ବାଲେଶ୍ୱର ମାଟି ଯେ କଳାର ମାଟି, ଏହି କର୍ମଶାଳା ହିଁ ପ୍ରମାଣିତ କରିପାରିଛି ବୋଲି କୁଳପତି ଡ. ତ୍ରିପାଠୀ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ କବି ଅଭୟ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଶଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀ ଓ ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶିଳ୍ପୀର ସ୍ପର୍ଶରେ ଏଠି ସମସ୍ତ ଚିତ୍ର ଜୀବନ୍ତ ହୋଇପାରିଛି ବୋଲି ଅତିଥିମାନେ ମତ ଦେଇଥିଲେ । ପ୍ରକୃତି ଭିତ୍ତିକ ଚିତ୍ରକଳା ଓ ଏହି କର୍ମଶାଳା ଜନସଚେତନତା ସୃଷ୍ଟିରେ ସହାୟକ ହୋଇପାରିଛି ବୋଲି ସେମାନେ କହିଥିଲେ ।ଏହି ଅବସରରେ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ସହିତ କର୍ମଶାଳାର ଶ୍ରେଷ୍ଠ ଚିତ୍ରକଳା ପ୍ରଦର୍ଶନ କରିଥିବା ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା । ଚାରୁକଳା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଡ ଦୀପ୍ତି ପ୍ରକାଶ ମହାନ୍ତି ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ କଳା ଦର୍ପଣର କାର୍ଯ୍ୟକାରୀ ସଭାପତି ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ବିଶ୍ୱଜିତ ପରମାଣିକ କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ କଳାଦର୍ପଣର ସଂଯୋଜକ ବିରଜା ପ୍ରସାଦ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ