କଳା ଦର୍ପଣ’ର ଜାତୀୟ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଚିତ୍ରଶିଳ୍ପୀଙ୍କୁ ନେଇ ଗଠିତ ‘କଳା ଦର୍ପଣ’ ସଙ୍ଗଠନ ପକ୍ଷରୁ ଜାତୀୟସ୍ତରୀୟ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ସ୍ଥାନୀୟ ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ପ୍ରକୃତି ପ୍ରତି ଲୋକଙ୍କୁ ଅକର୍ଷିତ କରିବା ତଥା ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରିବା ପାଇଁ ବାଲେଶ୍ୱରରେ କଳା ଦର୍ପଣର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଚନ୍ଦ୍ରଭାଗା ଅନୁଷ୍ଠାନର ମୁଖ୍ୟ କବି ଶ୍ରୀଦେବ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହିଭଳି କର୍ମଶାଳା ଜନ ସଚେତନତା ସୃଷ୍ଟିରେ ବିଶେଷ ସହାୟକ ହୋଇପାରିବ ବୋଲି ଆଶାପ୍ରକାଶ କରିଥିଲେ । ଚିତ୍ରଶିଳ୍ପୀ ପ୍ରଶାନ୍ତ କୁମାର ଦାସ ଉଦଘାଟନୀ ଉତ୍ସବରେ ପୌରହିତ୍ୱ କରିଥିଲେ । ଚିତ୍ରଶିଳ୍ପୀ ଅରୁଣ କୁମାର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କଳାଦର୍ପଣର ସମ୍ପାଦକ ବିଶ୍ୱଜିତ ପରମାଣିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ୩୨ ଜଣ ଚିତ୍ରଶିଳ୍ପୀ ଭୂ-ଚିତ୍ର ଓ ପ୍ରକୃତି ଚିତ୍ର ଅଙ୍କନ କରିଥିଲେ । ଏଥି ସହିତ ଚିତ୍ରକଳା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ କର୍ମଶାଳା ଦୁଇଦିନ ଧରି ଚାଲିବ । ଆସନ୍ତାକାଲି କର୍ମଶାଳର ଉଦଯାପନୀ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ଚିତ୍ରକଳା ପାଇଁ ଶ୍ରେଷ୍ଠ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି କଳା ଦର୍ପଣର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । କଳା ଦର୍ପଣର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ସାହୁ ଓ କାର୍ଯ୍ୟକ୍ରମ ସଂଯୋଜକ ବିରଜା ପ୍ରସାଦ ନାୟକଙ୍କ ସମେତ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ