କଳା ବିକାଶ କେନ୍ଦ୍ରରେ ଜାତୀୟ ଯୁବ କେନ୍ଦ୍ର ଦିବସ ସପ୍ତାହ ପାଳିତ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁର ଅଗ୍ରୀଣ ସାସ୍କୃତିକ ଆନୁଷ୍ଠାନ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ତିହୁଡା ଠାରେ ଜଗତସିଂହପୁର ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଗତ ୧୮ ତାରିଖ ଦିନ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରାର୍ଥନା, ଯୋଗ, ଓ ପାରମ୍ପାରିକ ଶାସ୍ତ୍ରୀୟ ସଂଗୀତ ତଥା ନୃତ୍ୟର ଆୟୋଜନ କରାଯାଇଥିଲା । ଅପରାହ୍ନରେ ଉଦଯାପନୀ ଉତ୍ସବରେ କେନ୍ଦ୍ରର ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜିଲ୍ଲା ଓଷ୍ଟା ସଭାପତି ନିରଂଜନ ମହାନ୍ତି,ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଂପାଦକ ହିମାଂଶୁ କୁମାର ମହାନ୍ତି ଯୋଗ ଦେଇ ସ୍ୱାମୀଜୀଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଭିତରେ ଥିବା ସୁପ୍ତ ପ୍ରତିଭାକୁ ଦକ୍ଷତାର ସହ ପ୍ରତିପାଦନ କରୁଥିବା ପରାମର୍ଶ ଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ଅନୁଷ୍ଠାନର ସଂଗୀତ ଗୁରୁ ମିନାକ୍ଷୀ ସ୍ୱାଇଁ, ନେହୁରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ନୃସିଂହ ମହାରଣା, ମନସ୍ୱିନୀ ନାୟକ ପ୍ରମୁଖ ଯୋଗ ଦେଇ ଯୁବାବସ୍ଥା ପ୍ରକୃତରେ ଦକ୍ଷତା ବିକାଶର ସମୟ ବୋଲି କହିବା ସହିତ ଏହାକୁ ବ୍ୟର୍ଥ ନକରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆକାଂକ୍ଷା, ମୌସୁମୀ, ଅଭିମିପ୍ସା, କିରଣ, ସଂଧ୍ୟା, ବିଶ୍ଜିତା, ପାୟଲ ଓ ଅନ୍ୟମାନେ ପରିଚାଳନା କରିଥିଲେ ।