କଳା ବ୍ୟାଚ ପିନ୍ଧି ସମୂହ ଇସ୍ତଫା ଦେବାର ଚେତାବନୀ ଦେଲେ  ଆୟୁଷ ଡାକ୍ତର

କୋଦଳା,(ଗୁଲସନ୍ କୁମାର କର): କରୋନା ମୁକାବିଲାରେ ଆଗ ଧାଡିରେ କାମ କରୁଥିବା ଆର.ବି.ଏସ.କେ ଆୟୁଷ ଡାକ୍ତରମାନେ ଅତି ନିମ୍ନ ମାନର ଦରମା ପାଉଥିବା ନେଇ ଅଭିଯୋଗ କରିଛନ୍ତି। ସରକାର ଙ୍କ ସମସ୍ତ ନିୟମ ମାନି କୋଭିଡ-୧୯ ନିୟନ୍ତ୍ରଣରେ ନିଜକୁ ସାମିଲ କରିଛନ୍ତି।ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ର ବିରୋଧ କରି ନିଜର ଦାବି ପୂରଣ ପାଇଁ ଗତ ୫ ଅଗଷ୍ଟରୁ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି।କିନ୍ତୁ ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱର ସହ ନେଉନାହାନ୍ତି, ସୂଚନାଯୋଗ୍ୟ ଯେ ସରକାର ଯଦି ସେମାନଙ୍କର ଦାବି ୧୪ ତାରିଖ ସୁଦ୍ଧା  ପୂରଣ ନକରନ୍ତି ସମୂହ ଇସ୍ତଫା ଦେବାର ଚେତାବନୀ ଦେଇଛନ୍ତି ।
ସେମାନଙ୍କର ଦାବି ମଧ୍ୟରେ ରେଗୁଲାର ଆୟୁଷ ଡାକ୍ତରଙ୍କ ଦରମା ସହ ସମାନ ବା ମାସିକ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି , ଚାକିରୀ ସ୍ଥାୟିକରଣ , କରୋନା ଯୋଦ୍ଧା ଭାବରେ ଘୋଷଣା ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁଷ ଔଷଧ ବଣ୍ଟନ ଇତ୍ୟାଦି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ