କଳିଗାଁରେ ବିଜେପିର ମିଶ୍ରଣପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତରେ ଆଜି ଭିନ୍ନ ଭିନ୍ନ ଦଳର ଶତାଧିକ ଛାମୁଆନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । କଇଥଗଡିଆ ଶିବମନ୍ଦିର ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀଙ୍କ ଆହ୍ୱାନକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟକରି କଳିଗାଁ ପଞ୍ଚାୟତର ବିଭିନ୍ନ ଦଳର ଗଣନାଥ ରାଉତ, ନାରାୟଣ ରାଉତ, ସନାତନ ଶଙ୍ଖୁଆ, ମଙ୍ଗୁଳି ରାଉଳ, ଭାବଗ୍ରାହୀ ସାମଲ, ପ୍ରହଲାଦ ଜେନା, ଗୌତ୍ତମ ଜେନା, ନରହରି ପାତ୍ର, ନଗେଶ୍ୱର ଦାସ, କାହ୍ନୁ ଦାସ, ନରେନ୍ଦ୍ର ସାହୁ, କାଳନ୍ଦୀ ପାତ୍ର, କୈଳାଶ ଜେନା, ପ୍ରଶାନ୍ତ ଭୋଇ, କୃପାସିନ୍ଧୁ ପୃଷ୍ଟି, ଅନିରୁଦ୍ଧ ଦାସ, ଲକ୍ଷ୍ମଣ ଦାସ, ପ୍ରାଣବଲ୍ୱ ସା, ସୁରେନ୍ଦ୍ର ଜେନା, ଦୀନବନ୍ଧୁ ସା, ବାବାଜି ପାଢ଼ୀଙ୍କ ସମେତ ୪୦ରୁ ଉର୍ଦ୍ଧ ଛାମୁଆ ନେତା ଓ କର୍ମୀମାନେ ଆଜି ବିଜେପିରେ ସାମିଲ ହୋଇଥିଲେ । ବିଜେପିର ନେତାମାନେ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଓ ଫୁଲତୋଡା ଦେଇ ଦଳକୁ ସ୍ୱାଗତ କରିଥିଲେ । ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବରିଷ୍ଠ ନେତା ରାଜେଶ ସେଠୀ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତ, ନନ୍ଦ ଜେନା, ଧନେଶ୍ୱର କର, ପର୍ଶୁରାମ ପାତ୍ର, ଆଲୋକ ଦାସ, ଶିବ ପଣ୍ଡା, ମଳୟ ପାତ୍ର, ସୁବାସ ଦାସ, ସତ୍ୟବ୍ରତ ସାହାଣି, ଚନ୍ଦ୍ରମଣି କାଣ୍ଡି, ବିଜୟ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ