କଳିଙ୍ଗସେନା ଆସନ୍ତା ବର୍ଷ ୨୫ଲକ୍ଷ ସଭ୍ୟ ସଂଗ୍ରହ କରାଯିବ
ଭୁବନେଶ୍ୱର,(ୱା ଏନ ଏସ): ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗସେନା ଆଜି ତାହାର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସହସ୍ରାଧିକ କର୍ମୀଙ୍କ ଗହଳରେ ସ୍ଥାନୀୟ କସ୍ତୁରବା ମହଲରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ଆସନ୍ତା ବର୍ଷ ଆଉ ୨୫ଲକ୍ଷ ନୂଆ ସଭ୍ୟ ସଂଗ୍ରହ ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ । ପ୍ରତିଷ୍ଠା ଦିବସ ଅବସରରେ ରଥ କହିଛନ୍ତି ଯେ କଳିଙ୍ଗସେନା ଆଞ୍ଚଳିକ ଦଳ ଭାବେ ସର୍ବଦା ଓଡିଶା ଓ ଓଡିଆମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ କରିଆସୁଛି । ଲୋକଙ୍କ ଭଲ ପାଇବା ଓ ସମର୍ଥନକୁ ପାଥେୟ କରି ଦଳ ଆଜି ୨୪ବର୍ଷରେ ପଦାର୍ପଣ କରିଛି । ଆସନ୍ତା ବର୍ଷ ଦଳ ୨୫ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଥିବାବେଳେ ୨୦୨୯ ନିର୍ବାଚନରେ ପୂରା ଦମ୍ରେ ବିଜେପି ଓ ବିଜେଡିକୁ ଟକ୍କର ଦେବ । କାରଣ ରାଜ୍ୟବାସୀ ଜାଣିଗଲେଣି ଦୁଇ ଦଳ ଓଡିଶା ଓ ଓଡିଆଙ୍କ ସ୍ୱାର୍ଥ ଅପେକ୍ଷା ନିଜ ନିଜ ସ୍ୱାର୍ଥ ସୁରକ୍ଷାରେ ବ୍ୟସ୍ତ ଅଛନ୍ତି । ୨୫ବର୍ଷ ବିଜେଡି ଶାସନ ଓ ବର୍ତ୍ତମାନର ବିଜେପି ଶାସନର ଧାରାକୁ ଦେଖି ସେମାନେ ଧିରେ ଧିରେ ଅନ୍ୟଦଳକୁ ସରକାରକୁ ଆଣିବାକୁ ମନସ୍ଥିର କରୁଥିବାବେଳେ କଳିଙ୍ଗସେନା ଏହି ସ୍ଥାନ ଦଖଲ ପାଇଁ ତାହାର ପ୍ରୟାସ ଜାରି ରଖିବ ।
ଓଡିଆ ଜାତି, ଭାଷା, ସାହିତ୍ୟିକଏବଂ ଓଡିଆ ବ୍ୟବସାୟିଙ୍କ ସ୍ୱାର୍ଥକୁ ସର୍ବଦା ସୁରକ୍ଷା ଦେଇ ଆସୁଥିବା କଳିଙ୍ଗସେନା ଆଗାମୀ ପଞ୍ଚାୟତ ନିର୍ବାଚନରେ ୫୦୦ ଜିଲ୍ଲା ପରିଷଦ ଆସନରେ ନିଜର ପ୍ରାର୍ଥୀ ଦେବ । ଆଗାମୀ ଦିନରେ ଓଡିଶାରେ ଗଢି ଉଠୁଥିବା ଶିଳ୍ପରେ କିଭଳି ଅଧିକରୁ ଅଧିକ ଓଡିଆ କର୍ମନିଯୁକ୍ତି ପାଇବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହିତ ୫ଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ଓଡିଆ ଯୁବକ ଯୁବତୀଙ୍କୁ ୫୦ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାପାଇଁ ପ୍ରୟାସ ହେବ । ଆଜିର ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଯୋଗ ଦେଇଥିଲେ, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କୁ କଳିଙ୍ଗ ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା।ଅର୍ଗସ ନିୟୁଜର ଦୂର୍ଗାଶିଷଙ୍କୁ ସର୍ବୋତ୍ତମ କାର୍ଯ୍ୟକାରୀ ସମ୍ପାଦକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କନକ ନିୟୁଜ ମହିଳା ଦଳଙ୍କୁ ସର୍ବୋତ୍ତମ ମହିଳା ଉପସ୍ଥାପିକା ସମ୍ମାନ, ନିୟୁଜ ଫିୟୁଜର ପ୍ରଯୋଯିକା ଅପର୍ଣା ମହାନ୍ତିଙ୍କୁ ଉତ୍ତମ ପ୍ରଯୋଜିକା,ସୁବ୍ରତ ଦାଶଙ୍କୁ ଉତ୍ତମ ଲିପିକାର,ସ୍ବପ୍ନ କୁମାର ସାହୁଙ୍କୁ ଉତ୍ତମ ଆଲେଖ୍ୟ, ହୄଶିକେଶ ଦାସଙ୍କୁ ଉତ୍ତମ ଉପସ୍ଥାପକ, ନିୟଜ-7ର ଡେପୁଟି ମ୍ୟାନେଜେଙ୍ଗ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଉତ୍ତମ ରାଜନୈତିକ ସମ୍ପାଦକ ବିଶ୍ଳେଷକ, ନିୟୁଜ-18ର ମାନସ କୁମାର ପଟ୍ଟନାୟକଙ୍କୁ ଉତ୍ତମ ଚଳଚ୍ଚିତ୍ର ଉତ୍ତଳକ, କଳିଙ୍ଗ ଟିଭିର ଅରୁନ୍ଦଧତି ମଲିକଙ୍କୁ ଉତ୍ତମ ସାମ୍ବାଦିକ, ଅଜୟ ମହାନ୍ତିଙ୍କୁ ଶ୍ରେଷ୍ଠ କଳାକାର,ପ୍ରତାପ ରୁଦ୍ର ପଣ୍ଡାଙ୍କୁ ଦରଦି ବନ୍ଧୁ ସମ୍ମନିତ କରାଯାଇଥିଲାବେଳେ ପ୍ରଞାସ୍ମିତା ରାଉତଙ୍କୁ ବିଶିଷ୍ଟ ସମାଜସେବୀ ଭାବେ ସମ୍ମାନିତ କରାଯାଇଥିଲା । ସେନାର ସାଧାରଣ ସମ୍ପାଦକ ଇଂ ମନୋଜ ନାୟକ ସ୍ବଗତ ଭାଷଣ ଦେଇଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ଉପସଭାପତି ହେମନ୍ତ ସିଂହ, ସାଧାରଣ ସମ୍ପାଦକ ହିମାଂଶୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ, ସମ୍ପାଦିକା ମୋନାଲିସା ବିଶ୍ବାଳ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ହେମନ୍ତ ରଥ