କଳିଙ୍ଗା ଘାଟିରେ କାର୍‌ ମାଲିକଙ୍କୁ ମାଡମାରି ଲୁଟ

କନ୍ଧମାଳ(ଯୁଗାବ୍ଦ ନ୍ୟୁଜ ) ଜି.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଜଣେ କାର୍‌ ମାଲିକଙ୍କୁ ମାଡମାରି ଦୁର୍ବୃତ୍ତ କାର ଓ ମୋବାଇଲ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଜି. ଉଦୟଗିରି ହାତୀବାଲି ସାହିର ରମେଶ ନାୟକ। ରମେଶ ନାୟକ ତାଙ୍କ କାର (ନଂ.ଓଡି୦୨ସି-୮୫୫୯) ଯୋଗେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କ ଗାଁ ଇଟାମାଟି ନିକଟସ୍ଥ ଜହ୍ନିପଦା ଯାଉଥିଲେ। କଳିଙ୍ଗା ଘାଟିରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ତାଙ୍କ କାରକୁ ଅଟକାଇଥିଲେ। ରମେଶ ଅଟକିବା ପରେ ତାଙ୍କୁ ଟାଣିଆଣି ମାଡ ମାରିବା ସହ ଘାଟି ତଳକୁ ଠେଲି ଦେଇଥିଲେ। ପରେ କାର ଓ ମୋବାଇଲ ଫୋନ୍‌ ନେଇ ଚମ୍ପଟ ମାରିଥିଲେ। ପ୍ରାୟ ୨ ଘଣ୍ଟା ପରେ ରମେଶଙ୍କ ଚେତା ଫେରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଜି. ଉଦୟଗିରି ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେ ଜି.ଉଦୟଗିରି ଥାନାରେ ରାତି ପ୍ରାୟ ସାଢେ ୯ଟାରେ ପହଞ୍ଚୀ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ