କଳିଙ୍ଗା ଘାଟିରେ ବାଲିଗୁଡାର ଯୁବକଙ୍କ ମୃତ୍ୟୁ ହତ୍ୟା ନାଁ ଦୁର୍ଘଟଣାଜନିତ?

ଭଞ୍ଜନଗର,(ସନ୍ତୋଷ ଜେନା):ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା, ପ୍ରତ୍ୟେକ ଦିନ ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ସବୁ ଦୁର୍ଘଟଣା।ଆଜି ଅପରାହ୍ନରେ ଗଞ୍ଜାମ – କନ୍ଧମାଳ ଜିଲା ସୀମାନ୍ତ କଳିଙ୍ଗ ଘାଟିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତ ଯୁବକ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା |ସେହି ଯୁବକ ଜଣକ ହେଲେ ବାଲିଗୁଡା ର ଜଣେ ହୋଟେଲ ବ୍ୟବସାୟୀ,ନା ତାଙ୍କର ବବୁଲ ପାଣିଗ୍ରାହୀ ବୋଲି ଜଣାପଡିଛି | ସେ ଆଜି କୋୖଣସି କାମରେ ଭଞ୍ଜନଗର ନିଜ ସାନ ଭାଇ ପାଖକୁ ଆସି ପୁଣି ବାଲିଗୁଡାକୁ ଫେରୁଥିବା ସମୟରେ କଳିଙ୍ଗା ଘାଟିରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ | ଭଞ୍ଜନଗର ଥାନା ର ଅଧିକାରୀ ସୂଚନା ପାଇବା ପରେ ତାଙ୍କୁ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ,ସେତେବେଳେ ତାଙ୍କର ଜୀବନ ଥିଲା କିନ୍ତୁ ବହୁତ ସମୟ ସେ ସେମିତି ଆଘାତ ଅବସ୍ଥାରେ ପଡି ରହିଥିଲେ | ଭଞ୍ଜନଗର ମେଡିକାଲ କୁ ଆସିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମିଳିଥିବା ସୂଚନା ଅନୁସାରେ ସ୍କୁଟି ଗାଡିଟି OD 12C 7486 ଅକ୍ଷତ ଅବସ୍ଥାରେ ରାସ୍ତାରେ ହେଣ୍ଡାଲ ଲକ ହୋଇଥିଲା ପାଖରେ ଆହତ ଅବସ୍ଥାରେ ରେ ବବୁଲ ପଡିଥିଲେ, ଏହା ସଡକ ଦୁର୍ଘଟଣା ନା ଯୋଜନା ବଦ୍ଧ ହତ୍ୟା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ