କଳିଙ୍ଗା ଘାଟିରେ ମୃତ୍ୟୁ ବରଣ କରିଥିବା ଦୁଇ ପରିବାରକୁ ବିଧାୟକଙ୍କ ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):ସୁରାଟରୁ ବସ ଯୋଗେ ଫେରୁଥିବା ବୁଗୁଡା ର ୨ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଗତ ଶନିବାର ରାତି ସାଢେ ଆଠଟା ବେଳେ କଳିଙ୍ଗା ଘାଟି ଅନ୍ଧାରୀ କୋଟ ଠାରେ ହୋଇଥିବା ଦୁର୍ଘଟଣାରେ ବୁଗୁଡ଼ା ସହର ମଧ୍ୟସ୍ଥ ବଲରାମ ସେଠୀ ଙ୍କ ପୁତ୍ର ସନ୍ତୋଷ କୁମାର ସେଠୀ (୩୮) ଓ ବୁଗୁଡ଼ା ବ୍ଲକର କଲେଜ ନିକଟବର୍ତ୍ତୀ ବରଡିପପଲ୍ଲୀ ଗ୍ରାମନିବାସୀ ଚିତ୍ତରଂଞ୍ଜନ ସେଠୀ (୪୫)ଙ୍କ ର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଚିତ୍ତରଂଞ୍ଜନ ସେଠୀ ବସ ଗେଟ୍ ମୁହଁରେ ପାଣି ପିଉଥିବା ସମୟରେ ବସ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚିତ୍ତରଂଞ୍ଜନଙ୍କ ଗୋଡର ଉପର ଭାଗ ଠାରୁ ପେଟ ପର୍ଯ୍ୟନ୍ତ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା ବେଳେ ସନ୍ତୋଷ ଙ୍କ ପେଟରେ ଏକ ଲୁହା ରଡ଼ ଗଳିଯାଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ନେଉଥିବା ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥିଲେ l ସନ୍ତୋଷଙ୍କ ବିଧବାପତ୍ନୀ ଓ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ବୁଗୁଡ଼ା ବଳଦେବ ମନ୍ଦିର ନିକଟସ୍ଥ ବାସଭବନରେ ବସବାସ କରୁଛନ୍ତି l ତେଣେ ଚିତ୍ତରଂଞ୍ଜନ ଙ୍କ ପତ୍ନୀ ଓ ଏକ ମାତ୍ର କନ୍ୟା ବରଡିପଲ୍ଲୀ ବାସଭବନରେ ରହୁଥିବା ବେଳେ ତାହାଙ୍କ ଦୁଇ ପୁତ୍ର ମଧ୍ୟ୍ୟ ସେହି ଗାଡିରେ ସୁରାଟରୁ ଫେରୁଥିଲେ। ସେହି ବସରେ ତାଙ୍କସଢୁ, ପିଉସୀ, ପୁତୁରା ପ୍ରଭୃତି ମଧ୍ୟ୍ୟ ସହଯାତ୍ରୀ ଥିଲେ l ଏହି ଦୁର୍ଘଟଣା ଖବର ପାଇବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇବା ସହ ପ୍ରତ୍ୟେକ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଁଏ ଓ ନିଜେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ପରିବାରକୁ ୫ ହଜାର ଟଙ୍କା ଲେଖାଁଏ ସହାୟତା କରିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ