କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିତମ ପ୍ରଧାନ ,ମୁଖ୍ୟବକ୍ତା ଭାବେ ମଣ୍ଡାସରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସିଂହ ଯୋଗ ଦେଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ରେ ସଭାପତିତ୍ଵ କରିଥିଲେ ଓ ଭାର ପ୍ରାପ୍ତ ଅଧକ୍ଷ ଜଗଦିଶ ମହାକୁଡ ସଭା ପରିଚାଳନା କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗତ ଜୀବନ ବଗର୍ତ୍ତୀ, ରାଇକିଆ ପଞ୍ଚାୟତ ସମିତି ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉର୍ମିଳା ପ୍ରଧାନ, ରାଇକିଆ କନ୍ୟାଶ୍ରମ ର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ , ଦଡ଼ିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ, ବେରେଡାକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ, ବିଦ୍ୟାଳୟ ର ସଭାନେତ୍ରୀ ସରସ୍ଵତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କର ଉଦ୍ଦେଶ୍ୟରେ ନିଜନିଜର ମହତ୍ ବାଣୀ ରଖିଥିଲେ।ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ୨୫୦ ରୁ ଉର୍ଦ୍ଧ ଅଭିଭାବକ ମାନେ ଯୋଗଦାନ ଦେଇଥିଲେ। ପୂର୍ବାହ୍ନ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଏବଂ ଅପରାହ୍ନ ରେ ସିବିଏସଇ ମାନ୍ୟତା ପ୍ରାପ୍ତ ର ପ୍ରଥମ ବର୍ଷ ଅବସରରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ କେକ କାଟିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଆଞ୍ଚଳିକ ନାଚ ଗୀତ, ଜୋକ୍, ଡ୍ରାମା କରି ଶିକ୍ଷକ, ଅଭିଭାବକ ଓ ଅତିଥି ମାନଙ୍କର ମନମୋହି ପାରି ଥିଲେ ।ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଜଗଦିଶ ମହାକୁଡ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ର ପ୍ରଥମ ଚାରି ବର୍ଷ ର ଗୁରୁତ୍ବ ପୂର୍ଣ୍ଣ ବିବରଣୀ ପ୍ରଦାନ କରି ବିଦ୍ୟାଳୟର ଭିତିଭୂମି, ବିଦ୍ୟାଳୟରେ ପ୍ରଦାନ କରାଯାଉ ଥିବା ସ୍ଵାସ୍ଥ୍ୟ ସେବା, ସୁରକ୍ଷା ନିରାପତ୍ତା, ଶିକ୍ଷା, କ୍ରୀଡା, ଶିକ୍ଷଣ ଓ ସହ ଶିକ୍ଷଣ କାର୍ଯ ର ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ମୁଖ୍ୟବକ୍ତା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଏଠାରେ ରହୁଥିବା ଅନ୍ତେବାସୀ ଓ ଅନ୍ତେବାସିନି ଙ୍କୁ ୫-ଟି ଓ ୫-ଡି ର ଗୁରୁତ୍ଵ ବର୍ଣ୍ଣନା କରି ଉଜ୍ବଳ ଭବିଷ୍ୟତ ର କାମନା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଦ୍ୟାଳୟର ଏକଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱରା ପୁରସ୍କୃତ କରାଯାଇଥିଲା । କାର୍ଯକ୍ରମ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ