କଳିଙ୍ଗ ବିଦ୍ୟାମନ୍ଦିରରେ ୭୦ ତ୍ତମ ବନୋମହୋସ୍ରବ ପାଳିତ
ବ୍ରହ୍ମପୁର ,( ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ରଘୁପତିସ୍ଥିତ କଳିଙ୍ଗ ବିଦ୍ୟାମନ୍ଦିରରେ ୭୦ ତମ ବନୋମହୋସ୍ରବ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶର୍ମିଳା ପଟ୍ଟନାୟକ ଓ ଉପଦେଷ୍ଟା ହରିକୃର୍ଷ୍ଣ କୋଠିଆଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ସ୍କାଉଟସ୍ ବିଦ୍ୟାର୍ଥୀ ଓ ଗାଇଡସ୍ ମାନେ ବୃକ୍ଷ୍ୟ ରୋପଣ କରିଥିଲେ । ଉକ୍ତ ଉସ୍ରବରେ ବୃକ୍ଷରୋପଣ ଦ୍ୱାରା କିପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରାଯାଇପାରିବ ସେ ବିସୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଜର ସୁବେଦର ଅଶୋକ ସାମନ୍ତରାୟ ,ଲୋକସେବକ ମଣ୍ଡଳ ଶ୍ରୀ ସୁଦର୍ଶନ ନାୟକ , ସ୍ୱେଚ୍ଛାସେବୀ ବନମାଳି ପ୍ରଧାନ ,ଡକ୍ଟର ଶଙ୍କର ମାଝି ,ମଞ୍ଚାସିନ ଅତିଥି ହୋଇ ବୃକ୍ଷ୍ୟ ରୋପଣ ଉପରେ ଗୁରୁତ୍ୱରୋପ କରିଥିଲେ ।ସ୍କାଉଟ ମାଷ୍ଟର ସିମାଞ୍ଚ, ପଟ୍ଟନାୟକ ,ଓ ଗାଇଡ୍ କ୍ୟାପେଟନ୍ ଶ୍ରୀମତି ନିନୀ ସାହୁ , ଓ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।