କଳିଙ୍ଗ ବୈଶ୍ୟ ମହିଳା ସଂଘ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ମଙ୍ଗଳବାର ଗାଙ୍ଗପୁର ଅଞ୍ଚଳ କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ଗାଙ୍ଗପୁର ସ୍ଥିତ ପେଣ୍ଠ ଗୃହ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି I ସଂଘ ସଭାନେତ୍ରୀ କେ. ଇନ୍ଦିରା ଦେବୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ସରପଞ୍ଚ ବାସନ୍ତୀ ଡାକୁଆ ଏବଂ ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ ଯୋଗ ଦେଇ ଅଞ୍ଚଳର ମହିଳା ଶିକ୍ଷା, କର୍ମ ନିଯୁକ୍ତି ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ସରପଞ୍ଚ ଶ୍ରୀମତୀ ଡାକୁଆ ଏବଂ ସମିତିସଭ୍ୟା ଶ୍ରୀମତୀ ବିଷୋୟୀଙ୍କ ସମେତ ମହିଳା ସଂଘର ବରିଷ୍ଠ ସଭ୍ୟା ଏସ୍. ସରସ୍ଵତୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ସଂଘ ସମ୍ପାଦିକା ଏସ୍. ସବିତା ପାତ୍ର ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାନେତ୍ରୀ ଏସ୍. ଝୁନୁ ପୃଷ୍ଟି, କୋଷାଧ୍ୟକ୍ଷା କେ.ଶାକମ୍ବରୀ ପାତ୍ର, ଏସ୍. ବିକ୍ରମ ପାତ୍ର ,ଏ.ଶଙ୍କର ନାରାୟଣ ସୁବୁଦ୍ଧିଙ୍କ ସମେତ ସଂଘର ସମସ୍ତ ସଭ୍ୟାମାନେ ସହଯୋଗ କରିଥିଲେ I