କଳିଙ୍ଗ ବୈଶ୍ୟ ସମାଜ ର ଆଲୋଚନା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପେଣ୍ଠ ଘର ସଭାଗୃହ ଠାରେ ଆୟୋଜିତ ସଭାରେ ସମାଜର ସାଙ୍ଗଠନିକ ଅଭିବୃଦ୍ଧି,ବିବିଧ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶେଷରେ ଦିଗପହଣ୍ଡି କଳିଙ୍ଗ ବୈଶ୍ୟ ସମାଜ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ ଙ୍କୁ ସର୍ବସମ୍ମତି କ୍ରମେ ସଭାପତି(ପୃଷ୍ଟି) ରୂପେ ଚୟନ କରାଯାଇଥିବା ବେଳେ ଭି.ରାମନାଥ ରାଜୁ ଙ୍କୁ ସମ୍ପାଦକ ଏବଂ ଭି.ସନ୍ତୋଷ ରାଜୁ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।ଦିଗପହଣ୍ଡି ଠାରେ କଳିଙ୍ଗ ବୈଶ୍ୟ ସମାଜ ରାଜ୍ୟ କମିଟି ମହାସଭାର ନିର୍ବାଚନ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାରୁ ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯିବା ସହ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏ.ସମେଶ୍ୱର ରାଓ,ଭି.ଶ୍ୟାମ ସୁନ୍ଦର ରାଜୁ, ନାଗେଶ୍ଵର ରାଓ,ଭି. ଧର୍ମା ରାଜୁ, ସିମାଦ୍ରୀ ପାତ୍ର, ଭି.ସୁଦର୍ଶନ ରାଜୁ, ଡା. ଶ୍ରୀନିବାସ ରାଓ, ଓଡ଼ି.ଲୋକନାଥ,ଭି.ଅରବିନ୍ଦ ରାଜୁ,ଭି.ପ୍ରମୋଦ କୁମାର ରାଜୁ,ଭି.ପ୍ରଦୀପ କୁମାର ରାଜୁ,ଓଡି.ଅରବିନ୍ଦ ରାଜୁ ଙ୍କ ସମେତ ବହୁସଂଖ୍ୟକ କଳିଙ୍ଗ ବୈଶ୍ୟ ସମାଜର ସଭ୍ୟ ବୃନ୍ଦ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


