କଳିଙ୍ଗ ଷ୍ଟାଡ଼ିୟମ ଟ୍ରାଫିକ୍ ଛକ (ଲକ୍ଷ୍ମୀପୂଜା ପଡ଼ିଆ) ରେ ଦାଣ୍ଡିଆ ମହୋତ୍ସବ

ଭୁବନେଶ୍ୱର,  : ଗତ ୧୩ ବର୍ଷ ଧରି ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନାଚ ଏବର୍ଷ କଳିଙ୍ଗ ଷ୍ଟାଡ଼ିୟମ ଟ୍ରାଫିକ୍ ଛକ ନିକଟ ଲକ୍ଷ୍ମୀପୂଜା ପଡ଼ିଆରେ ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦାଣ୍ଡିଆ ମହୋତ୍ସବ ରାଜ୍ୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ଜାତୀୟ ସଂହତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ •ଲିବ । ଆଜି କଳିଙ୍ଗ ଷ୍ଟାଡ଼ିୟମ ଟ୍ରାଫିକ୍ ପାଖ ଲକ୍ଷ୍ମୀପୂଜା ପଡ଼ିଆରେ ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନ୍ଜୀବୀ ପ୍ରଶାନ୍ତ କୁମାର ସାହୁ । ଯେପରି ଓଡ଼ିଶୀ ନୃତ୍ୟ ଜଗନ୍ନାଥଙ୍କ ପ୍ରତି ସମର୍ପିତ ସେହିପରି ଦାଣ୍ଡିଆ ନାଚ ମା’ଦୁର୍ଗା ଓ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ । ନବରାତ୍ରି ସମୟରେ ଦାଣ୍ଡିଆ ନାଚି ବହୁ ଲୋକ ମା’ଙ୍କର ଅଦ୍ଭୁତ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଓ ଦେବାଦେବୀ ପୀଠ ସମ୍ପର୍କରେ ୧୦୦ଟି ପ୍ରଶ୍ନ ଉପସ୍ଥିତ ଦର୍ଶକମାନଙ୍କୁ ପଚରା ଯିବା ସହିତ ସଠିକ ଉତ୍ତରଦାତାଙ୍କୁ ତୁରନ୍ତ ଦାଣ୍ଡିଆ ମଣ୍ଡପରେ ପୁରସ୍କୃତ କରାଯିବ । ଏହା ଆମର ବିଦେଶୀ ସଂସ୍କୃତିକୁ ଲୋପ କରି ଭାରତୀୟ ସଂସ୍କୃତିକୁ ପ୍ର•ର କରିବା ଉଦ୍ଦେଶ୍ୟରେ କରାଯାଇ ଆସୁଅଛି । ଆଉ ଏକ ନୂତନ କାର୍ଯ୍ୟକ୍ରମ ‘ନିଶା ରାକ୍ଷସ ପୋଡ଼ି’ ପବିତ୍ର ମହାଷ୍ଟମୀ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ସବୁ ପ୍ରକାର ମାଦକ ଦ୍ରବ୍ୟରେ ପ୍ରସ୍ତୁତ ନିଶା ରାକ୍ଷସକୁ ଅତିଥିମାନେ ଅଗ୍ନି ସଂଯୋଗ କରି ପୋଡ଼ିବେ । ବର୍ତ୍ତମାନ ସମାଜରେ ସବୁଯାଗାରେ ପରିବେଶକୁ ନଷ୍ଟ କରୁଥିବା ଦ୍ରବ୍ୟ ହେଉଛି ନିଶା । ଏହାର ବିନାଶରେ ସମାଜରେ ସୁସ୍ଥ ବାତାବରଣ ତିଆରି ହୋଇପାରିବ । ଦାଣ୍ଡିଆ ମହୋତ୍ସବରେ ୩୦ ଜଣ ବିଶିଷ୍ଟ ମହିଳାଙ୍କୁ ଶ୍ରୀ ସାମ୍ଭବୀ ପୁରସ୍କାର ପ୍ରଦାନ କରାଯିବ । ଉଦ୍ଘାଟନ ଦିବସରେ ଶ୍ରୀମତୀ ମାଧୁରୀ ପଣ୍ଡା, ବିଶିଷ୍ଟ ସମାଜସେବୀ ସୁମିତ୍ରା ଜୟସିଂ, ଡ. ନିବେଦିତା ପଟ୍ଟନାୟକ, ବିଭାରାଣୀ ତାମୋଟିଆ, କାଦମ୍ବିନୀ ସାହୁ, ସ୍ମରିତା ଦାସ, ମମତା ଲେଙ୍କା ଓ ଏଫ୍ଏମ୍ ରେଡ଼ିଓ କ୍ଷେତ୍ରରେ ବିଶିଷ୍ଟତା ଅର୍ଜନ କରିଥିବା ଶ୍ରୀଜା ସାହିନୀ ସିଦ୍ଧାର୍ଥ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ସାଧ୍ୱୀ ସୁଶ୍ରୀ ତପସ୍ୱିନୀ ପାଢୀଙ୍କୁ ‘ଶ୍ରୀସାମ୍ଭବୀ ସମ୍ମାନ’ ପ୍ରଦାନ କରାଯିବ । ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ମା’ ଦୁର୍ଗାଙ୍କର ମହିଷା ମର୍ଦିନୀ ସ୍ତୋତ୍ର ଉପରେ ଆଧାରିତ ଶ୍ଳୋକରେ ଉଦ୍ଘାଟନୀ ଦାଣ୍ଡିଆ ନୃତ୍ୟ ପ୍ରଦର୍ଶନ କରାଯିବ । ଏହି ଦାଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ସାହୁ, ଜୟପ୍ରକାଶ ମିଶ୍ର, ସୁମନ ଦାସ, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ କୁମାର ସାହୁ, ସୁଭଦ୍ରା ମିଶ୍ର, ସ୍ୱାଗତିକା ନାୟକ, ଜଗବନ୍ଧୁ ଜେନା, ଉଦୟ କୁମାର ଶାନ୍ତି ଓ ଭାବଗ୍ରାହୀ ଶାନ୍ତି, ଅର୍ଜୁନ ବେହେରା ଓ କୁନାନନ୍ଦ ପ୍ରମୁଖ ନିବେଦନ କରିଛନ୍ତି । (ପ୍ରତାପ ମିଶ୍ର) ସଂଯୋଜକ, ଦାଣ୍ଡିଆ ମହୋତ୍ସବ ମୋ : ୯୮୫୩୪୬୮୬୧୪ ୮୮୯୫୮୧୬୪୧୧

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ