କଳିଙ୍ଗ ଷ୍ଟୁଡ଼ିଓ ଛକରୁ ସମ୍ ହସ୍ପିଟାଲ ରାସ୍ତା ଶୋଚନୀୟ, ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର କଳିଙ୍ଗ ଷ୍ଟୁଡ଼ିଓ ଛକଠାରୁ ସମ୍ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଖରାଦିନେ ମଧ୍ୟ ରାସ୍ତାରେ ପାଣି ଜମୁଛି । ଫଳରେ ଜନସାଧାରଣଙ୍କ ଯାତାୟତରେ ବଡ଼ ସମସ୍ୟା ସୃଷ୍ଟି ହେଉଛି । ଏପରିକି ସମ୍ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ଏବଂ ଆମ୍ବୁଲାନ୍ସ ଯାତାୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏଠାରୁ ଜଳ ନିଷ୍କାସନ ପାଇଁ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରୁ ପାଣି ଟ୍ୟାଙ୍କର ସାହାଯ୍ୟରେ ଖାଲି କରାଯାଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାର ପ୍ରତିବାଦରେ ସୋମବାର ଛାତ୍ର କଂଗ୍ରେସ ତରଫୁ ସିଦ୍ଧାନ୍ତ ଓମ୍ ପ୍ରକାଶଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବକ୍ଷୋଭରେ ଦେବଦତ୍ତ ଦାସ, ବବୁଲ ବେହେରା, ତପନ ଆଚାର୍ଯ୍ୟ, ବିଜୟ କୁମାର ବିଶ୍ୱାଳ, ଆଶିଷ କୁମାର, ରୋହନ ରଥ, ଅଂଶୁମାନ ପଟ୍ଟନାୟକ ପ୍ରମୁଖ ସାମିଲ୍ ହୋଇଥିଲେ । ଯଦି ସରକାର ଏହି ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ