କଳିଙ୍ଗ ସେନା ପକ୍ଷରୁ ସେବାକାର୍ଯ୍ୟ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କଳିଙ୍ଗ ସେନା ପକ୍ଷରୁ ଗରିବ ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧାଙ୍କୁ ସେବା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଂଗଠନର ଜିଲା ସଭାପତି କୁମାର ବାପି ରାଜ ଏଚ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଧଳା ଟୋପି, ଛତା, କଳା ଚଷମା ଓ ଗାଚ୍ଛା ପ୍ରଦାନ କରାଯାଇଥିଲା । ପରେ ସମସ୍ତଙ୍କୁ ପିଇବାକୁ ଦହି ସରବତ ଦିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏଥିରେ ଯୋଗଦେଇ ସେବାକାର୍ଯ୍ୟ ଶୁଭାରମ୍ଭ ସହ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ସଂଗଠନର ଉପସଭାପତି ଦୀନେଶ ଚନ୍ଦ୍ର ବିଶୋଇ, ସମ୍ପାଦକ ସୁରେନ୍ଦ୍ର ବେହରାଙ୍କ ସମେତ ରେମୁଣା ଶାଖାର ଦେବେନ୍ଦ୍ର ଦାସ, ସ୍ୱଦେଶ ମହାର୍ଣ୍ଣା, ସଦର ଶାଖାର କେଦାର ନାଥ ପରିଡ଼ା, ଜିଲା ଆବାହକ ରାଜେନ୍ଦ୍ର ଦାସ, କୃତିବାସ ଗନ୍ତାୟତ, ଲକ୍ଷ୍ମଣ ବିଶ୍ୱାଳ, ଗୌରୀ ଶଙ୍କର ପଣ୍ଡା, କୌସିକ ଶତପଥୀ, ସନ୍ତୋଷ ପଣ୍ଡା, ସରୋଜ ବାରିକ, ନିହାର ଶଙ୍କର ନାୟକ, ଶରତ ଚନ୍ଦ୍ର ଦାସ, ସନ୍ତୋଷ ମହାପାତ୍ର, ସନ୍ତୋଷ ଦାସ, ଈଶ୍ୱର ଦାସ, ବାପି ପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିବର୍ଷ ଏହି କାର୍ଯ୍ୟକୁ ସମ୍ପାଦନ କରୁଥିବା ବରିଷ୍ଠ କର୍ମକର୍ତ୍ତା ସନ୍ତୋଷ ନାୟକ ଅସୁସ୍ଥ ଥିବାରୁ ସମସ୍ତେ ତାଙ୍କର ଆଶୁ ରୋଗ୍ୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ