କଳିଝଗଡ଼ା ମେଳା

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ । ଏହାକୁ କଜରୀ ମେଳା କୁହାଯାଏ । ମେଳାରେ ରହିଛି ଏକ ପରମ୍ପରା । ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇ ଦଳ ହୋଇ ନିଜ ନିଜ ମଧ୍ୟରେ କଳିଝଗଡ଼ା ଆରମ୍ଭ କରନ୍ତି । ଦୁଇ ଦଳ ପରସ୍ପରକୁ ବିଭିନ୍ନ ପ୍ରକାର ଗାଳିମନ୍ଦ କରନ୍ତି । ପ୍ରକୃତ ଝଗଡ଼ା ଭଳି ଏଠାରେ ଅଭିନୟ କରାଯାଏ । ପରେ ସମସ୍ତେ ଶାନ୍ତ ଭାବେ ମେଳାରେ ବୁଲାବୁଲି କରି ଆନନ୍ଦ ମନରେ ଘରକୁ ଫେରନ୍ତି । ଏହା ସ୍ଥାନୀୟ ସୁରୀୟାମ୍ବା ଥାନା ଅନ୍ତର୍ଗତ ଅଞ୍ଚଳରେ ପାଳିତ ହୋଇଥାଏ । ଏଠାକୁ ପୁରୁଷମାନଙ୍କ ପ୍ରବେଶ ନିଷେଧ ହୋଇଥାଏ । ମେଳାରେ ଯୋଗ ନ ଦେଲେ ମହିଳାଙ୍କୁ ପ୍ରେତାତ୍ମା ହଇରାଣ ହରକତ କରିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ପ୍ରତିବର୍ଷ ଏହି ମେଳାରେ ହଜାର ହଜାର ମହିଳା ଯୋଗ ଦେଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ