କଳିଯୁଗର ଶେଷ ଅବସ୍ଥା
ହିନ୍ଦୁ ଧର୍ମ ଅନୁସାରେ ସତ୍ୟ, ତ୍ରେତେୟା, ଦ୍ୱାପର ଓ କଳିଯୁଗ ଦେଇ ଜୀବନ ଓ ଜନ୍ମ ଗତି କରିଥାଏ । ପ୍ରତି ଯୁଗ ଶେଷ ସହ ମଣିଷ ହରାଇଥାଏ ତା’ର ଜ୍ଞାନ, ଆୟୁଷ, ବୁଦ୍ଧିମତ୍ତା, ଆବେଗ ଓ ଶାରୀରିକ ସାମର୍ଥ୍ୟ । କଳିଯୁଗ ହେଉଛି ଶେଷ ଯୁଗ । କର୍ମ ଅନୁସାରେ ପୁରସ୍କାର ଏବଂ ଦଣ୍ଡ ପ୍ରାଣୀ ଏହି ଯୁଗରେ ପାଇଥାଏ । ଏହି ଯୁଗ ଶେଷ ହେବା ବେଳକୁ କେତେକ ଲୋମହର୍ଷଣକାର ଘଟଣା ଘଟିବ । ଏ ସମ୍ପର୍କରେ ବ୍ରହ୍ମାଣ୍ଡପୁରାଣରେ ଉଲ୍ଲେଖ ରହିଛି । କଳିଯୁଗର ଅବଧି ହେବ ୧ ହଜାର ବର୍ଷ । ଏଥିରେ ମାନବ ଜାତିର ପତ୍ତନ ଘଟିବ । ବିଶ୍ୱର ଅର୍ଦ୍ଧେକ ଲୋକ ଅସୁସ୍ଥ ହୋଇପଡ଼ିବେ ଏବଂ ବାକି ଅର୍ଦ୍ଧେକ ଯୁଦ୍ଧରେ ମାତିବେ ।


