କଶ୍ମୀରର ଅନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ ଯୋଗୁଁ ୧୦ ଆହତ

ଶ୍ରୀନଗର: ଶନିବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଡେପୁଟି କମିସନରଙ୍କ ଅଫିସ୍ ବାହାରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିବାରୁ ଅନ୍ୟୂନ ଦଶଜଣ ବ୍ୟକ୍ତି ଆହତ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ସେ କହିଛନ୍ତି: ଦିନ ପ୍ରାୟ ୧୧ଟା ବେଳେ ଏଠାରୁ ପ୍ରାୟ ୫୫ କିଲୋମିଟର ଦୂର ଅନନ୍ତନାଗ ସହରରେ କଡ଼ା ପହରା ଦିଆଯାଇଥିବା ପରିସର ବାହାରେ ଗୋଟାଏ ସିକ୍ୟୁରିଟି ପାଟ୍ରୋଲ୍ ଉପରକୁ ସେମାନେ ଗ୍ରେନେଡ୍ ଫିଙ୍ଗିଥିଲେ । ସେ ଆହୁରି କହିଛନ୍ତି ଯେ ଗ୍ରେନେଡ୍ ଲକ୍ଷ୍ୟଚ୍ୟୁତ ହୋଇ ରାସ୍ତାକଡ଼ରେ ଫୁଟିବାରୁ ଆଠଜଣ ପଥଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଆକ୍ରମଣ ଯୋଗୁଁ ସହରବାସିନ୍ଦାମାନେ ଭୟଭୀତ ହୋଇଯାଇଛନ୍ତି । ନିରାପତ୍ତା ବଳ ସେ ଅଞ୍ଚଳକୁ କଡର୍ଣ୍ଣ କରିଛି । ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଧରିବାକୁ ତଲାସ ଆରମ୍ଭ ହୋଇଛି । ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି । ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପର ଠାରୁ ଏହା ହେଉଛି କଶ୍ମୀର ଉପତ୍ୟକାରେ ନିରାପତ୍ତା ବଳଙ୍କ ଉପରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ