କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ କ୍ଷେପଣାସ୍ତ୍ର ପଡ଼ିବ: ପାକିସ୍ତାନ ମନ୍ତ୍ରୀ

ଇସଲମାବାଦ: କଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ଦେଶ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ କରିବ ଏବଂ ତାକୁ ଇସଲମାବାଦର ଶତ୍ରୁ ବୋଲି ବିବେଚନା କରାଯିବ କହି ଜଣେ ପାକିସ୍ତାନୀ ମନ୍ତ୍ରୀ ବିବାଦର ସୂତ୍ରପାତ କରିଛନ୍ତି । ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ କଶ୍ମୀର ବ୍ୟାପାର ଏବଂ ଗିଲଗିତ୍ ବାଲତିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର କହିଛନ୍ତି: ଯଦି କଶ୍ମୀର ବିଷୟରେ ଭାରତ ସହ ଉତ୍ତେଜନା ବଢ଼େ ପାକିସ୍ତାନ ଯୁଦ୍ଧ କରିବାକୁ ବାଧ୍ୟ ହେବ । ସୁତରାଂ, ଯେଉଁ ଦେଶଗୁଡ଼ିକ ପାକିସ୍ତାନକୁ ସମର୍ଥନ ନ କରି ଭାରତକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଆମର ଶତ୍ରୁ ବୋଲି ବିବେଚନା କରାଯିବ ଏବଂ ଭାରତ ଓ ସମର୍ଥନ କରୁଥିବା ସେ ଦେଶଗୁଡ଼ିକ ଉପରକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ