କଶ୍ମୀର ମଧ୍ୟସ୍ଥତାକୁ ଭାରତ ସମର୍ଥନ କରେ ନାହିଁ – ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ- କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶକୁମାର କହିଛନ୍ତି ଯେ ଭାରତ କେବଳ ପାକିସ୍ଥାନ ଦ୍ୱାରା ବେଆଇନ ଭାବେ ଭାରତୀୟ ଜମି ଅଧିଗ୍ରହଣକୁ ବିରୋଧ କରୁଛି ଏବଂ ସେ ଜମିକୁ ପୁଣି ଫେରାଇ ଆଣିବା ପାଇଁ ଗୁରୁତ୍ୱ ଦେଉଛି । ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିବ । ସେ ଆହୁରି କହିଛନ୍ତି ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଆମ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆତଙ୍କବାଦ ଯୋଗୁ ମାନବାଧିକାର କ୍ଷୁଣ୍ଣ ହେଉଛି। ଆତଙ୍କବାଦ ଦ୍ୱାରା ପାକିସ୍ତାନ ଜମ୍ମୁ-କଶ୍ମୀରର କିଛି ଅଂଶ ବେଆଇନ ଭାବେ ମାଡ଼ିବସିଛି। ଆଲୋଚନା ମାଧ୍ୟମରେ ଏସବୁର ସମାଧାନ ଦ୍ୱିପାକ୍ଷିକ ଭାବେ ସମ୍ଭବ ହୋଇପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ