କଷାଫଳ ଓ ସାର୍ଥାରେ ବିଜେପିର ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଥିଲେ ବି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କର୍ମୀ ମିଶ୍ରଣ ପର୍ବ ବନ୍ଦ ହେଉନି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ସଦର ବ୍ଲକ ଅନ୍ତର୍ଗତ କଷାଫଳ ଓ ସାର୍ଥା ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏହି ଅବସରରେ ଉଭୟ ପଞ୍ଚାୟତରେ ଅନ୍ୟାନ୍ୟ ଦଳରୁ ବହୁ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । କଷାଫଳରେ ବରିଷ୍ଠ ବିଜେଡି ନେତା କାହ୍ନୁ ଚରଣ ମଣ୍ଡଳ, ହରେନ୍ଦ୍ର ମଣ୍ଡଳ, ବିଜୟ ମଣ୍ଡଳ ଓ ସାର୍ଥାର କୃତିବାସ ପାତ୍ର, ଅଜୟ ମଣ୍ଡଳ, ସଞ୍ଜୟ ଦଳାଇ, ବିଜୟ ବେହେରା, ଅକ୍ଷୟ ବେହେରା, ଉମାକାନ୍ତ ଦାସ, ପ୍ରକାଶ ବେହେରା, ଶ୍ୟାମସୁନ୍ଦର ମାଝୀ, ନିତ୍ୟାନନ୍ଦ ବୈଠା, କପିଳ ରାଉତ, ରମେଶ ବାଗସିଂହ, ସତ୍ୟଜିତ ମଲ୍ଲିକ, ବିବେକାନନ୍ଦ ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ଅଜୟ ସାନ୍ତରା ପ୍ରମୁଖ ଲୋକଙ୍କୁ ଶ୍ରୀ ଦତ୍ତ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ୨୯ନଂ ଜୋନ ବିଜେପି ଜିଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, କଷାଫଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ଆଦିକ ଓ ସମିତିସଭ୍ୟା ପ୍ରାର୍ଥୀନୀ ପ୍ରିୟଙ୍କା ଜେନା, ସାର୍ଥା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ବାଗ ଓ ସମିତିସଭ୍ୟ ପ୍ରାର୍ଥୀ ସନାତନ ସେଠୀ, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।