କଷାଫଳ ଠାରେ ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତରେ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ ଗତକାଲିି ବିଧିବଦ୍ଧ ଭାବେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶରେ ଅନୁପ୍ରାଣିତ ହୋଇ ତଥା ସ୍ଥାନୀୟ ନେତା ଜିଲ୍ଲା ସଭାପତି ମଙ୍ଗୁଭାଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରଷା ରଖି କଷାଫଳ ପଞ୍ଚାୟତର ଭଗବାନ ପାତ୍ର, ସୁକଦେବ ବାଗ, ଧିରେନ ଖଣ୍ଡା, ଗୌରାଙ୍ଗ ଦଳେଇ, ସରତ ଚନ୍ଦ୍ର ମାନ୍ନା, ଉଦ୍ଧବ କୁମାର ମାନ୍ନା, ନିତ୍ୟାନନ୍ଦ ବେହେରା, ଜୟନ୍ତ ଦଳାଇ, ଅଭିଳାଷ ପାତ୍ର, ଭରତ ଦଳାଇ, ନିରଞନ ବେହେରା, ମଧୁସୂଦନ ଦଳାଇ, ବିମଳ ବେହେରା, ଅଭିମନ୍ୟୁ ମାନ୍ନା, ନନ୍ଦ ଦୁଲାଲ ପାତ୍ର ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବା ସହିତ ମିଶନ ୧୨୦+କୁ ସଶକ୍ତ କରିବ ବୋଲି ଶ୍ରୀ ଦିତି ମତ ରଖିଛନ୍ତି । ବିଜେଡିର ତୃଣମୂଳ ସ୍ତରର ଗ୍ରାମୀଣ ନେତାଙ୍କ ବିଜେଡି ଦଳ ଛାଡିବା ଏହାହି ସୂଚାଉଛି ଯେ ଗ୍ରାମୀଣ ଲୋକମାନେ ବିଜେଡି ସରକାରଠୁ ମୁହଁ ମୋଡିବା ଆରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ସମସ୍ତେ ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ’ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ କୁମାର ଦାସ, ପଞ୍ଚାୟତ ସଭାପତି ମୁକୁନ୍ଦ ଆଦିକ, ମନ୍ମଥ ବେହେରା, ଅମଲ ମଣ୍ଡଳ, ମହାଦେବ ସାହୁ, ଶମ୍ଭୁନାଥ ସାବଳ, ବାବୁଲା ପୃଷ୍ଟି, ସତ୍ୟ ମାରାର୍ଣ୍ଡି, ପୂର୍ଣ୍ଣଚନ୍ଦ୍ର ମଣ୍ଡଳ, ମନୋରଞନ ମଣ୍ଡଳ, ପ୍ରଭାତ ବେହେରା, ଆନନ୍ଦ ପରିଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ବେଣୁଧର ସିଂ, ରାଧାଶ୍ୟାମ ମହାନ୍ତି, ସତ୍ୟଜିତ ଜେନା, ବାଦଲ ପାତ୍ର, ରାଜେନ୍ଦ୍ର ସିଂ, ପ୍ରଭାସ ପାତ୍ର ସମେତ ସମସ୍ତ ବୁଥ୍ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ