କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ (କସ୍ତୁରବା ଗାନ୍ଧୀ ବାଳିକା) ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ସେନାପତି, ସିଆରସିସି ଗୌରୀ ଶଙ୍କର ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶୁକଦେବ ନାୟକ,ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ଶିକ୍ଷୟତ୍ରୀ ସଚଳା ମିଶ୍ର ଓ ଗୀତାଞ୍ଜଳି ସାହୁ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶିକ୍ଷକ ଶିଶିର କାନ୍ତ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ବତୀ ସାହାଣୀ ବାର୍ଷିକ ବିବରଣୀ ପଠନ କରିଥିଲେ l ଏଥିରେ ଚଳିତ ଶିକ୍ଷା ବର୍ଷ କେଜିବିଭିର ଶ୍ରେଷ୍ଠ ଅଷ୍ଟମ ଶ୍ରେଣୀ ଛାତ୍ରୀ ଭାବେ ନିହାରିକା ମଲ୍ଲିକ ଙ୍କୁ ମଦର ଟେରେସା ପୁରସ୍କାର, ବିଦ୍ୟାଳୟ ର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ଅଷ୍ଟମ ଶ୍ରେଣୀ ଛାତ୍ର ଧନଞ୍ଜୟ ପାତ୍ର, ଶ୍ରେଷ୍ଠ ଛାତ୍ର ଭାବେ ଅଷ୍ଟମ ଶ୍ରେଣୀର ଜ୍ୟୋତି ରଞ୍ଜନ ପାତ୍ର, ଶ୍ରେଷ୍ଠ ଛାତ୍ରୀ ଭାବେ ସପ୍ତମ ଶ୍ରେଣୀ ଛାତ୍ରୀ ମୁନିମା ମଳିକଙ୍କୁ ଏବଂ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଦୟାନିଧି ମହାରଣା ପୁରସ୍କାର ବିତରଣ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବା ବେଳେ ରଜନୀ କାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ତଥା ଛାତ୍ର ଛାତ୍ରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ