‘କସ୍ତୁରୀ’ର ରକ୍ତଦାନ ଶିବିର ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ର ରକ୍ତଦାନ ଶିବିର ଓ ବକ୍ତୃତା ପ୍ରତିଯୋଗିତାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଗ୍ଲୋବାଲ ଫୋକସ ଏଜୁକେଶନ ପ୍ରା. ଲିଃର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅବଦୁଲ ଜାହିର । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ପ୍ରଫେସର ଶଶୀକାନ୍ତ ରାଉତ, ପ୍ରଫେସର ବୁଦ୍ଧଦେବ ସ୍ୱାଇଁ, ଶିକ୍ଷାବିତ୍ ସୁସ୍ମିତା ଶତପଥୀ, ବିନୋଦିନୀ ସାହୁ, ଅଳଂକ୍ରିତା ଆଶଭରୀ ମହାନ୍ତି, ଡକ୍ଟର ସୁଶ୍ରୀ ଅଙ୍କିତା, ଅକ୍ଷୟ ମିଶ୍ର । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମାଜସେବିକା ରୀତା ପଣ୍ଡା, ଇତିଶ୍ରୀ ଜେନା, ପ୍ରଶାନ୍ତ, ବିଜୟ, ଲୁସି, ଜ୍ୟୋତି ଓ ଫକୀର ମୋହନ । ପରିଚାଳନା କରିଥିଲେ କସ୍ତୁରୀର ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଅର୍ପିତା । ଅତିଥିମାନେ ରକ୍ତଦାତାମାନଙ୍କୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନେ ରକ୍ତଦାନ ସମ୍ବନ୍ଧରେ ଛାତ୍ର ଅବସ୍ଥାରୁ ଜ୍ଞାନ ଆହରଣ କରି ଉକ୍ତ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ୦୩.୦୯.୨୦୨୩ରିଖ (ରବିବାର) ଦିବା ୮ ଘଟିକା ସମୟରେ ‘କସ୍ତୁରୀ ନାରୀ ମହଲ’ଷର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ, ସ୍ଥଳ, ବନ, ଗିରି, ଆକାଶ ବିଷୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଦିବସରେ ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ଆଧୁନିକ ନୃତ୍ୟ ତଥା ଯୁଗଳବନ୍ଦୀ ଭଳି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ