କସ୍ତୁରୀର ଶିଶୁ ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ର ଶିଶୁ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ସମାଜସେବୀ ତଥା ସଙ୍ଗୀତଜ୍ଞ ଅଞ୍ଜନା ତ୍ରିପାଠୀ । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ଶଶିକାନ୍ତ ରାଉତ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ବୁଦ୍ଧଦେବ ସ୍ୱାଇଁ ।ଅତିଥିମାନେ କୁନି କୁନି ଛାତ୍ରଛାତ୍ରୀମାନଙ୍କଙ୍କର ସଙ୍ଗୀତ ସାଧନା କାର୍ଯ୍ୟକ୍ରମରେ ଅତ୍ୟଧିକ ଆନନ୍ଦିତ ହୋଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ । ଅତିଥିମାନେ କହିଥିଲେ ପାଠପଢା ସହିତ ବିଭିନ୍ନ ସାଧନା କରିବା ଦ୍ୱାରା ମଣିଷର ଏକାଗ୍ରତା ବଢେ । ଖାଲି ପାଠ ପଢିଲେ ହେବ ନାହିଁ । ପାଠ ପଢିବା ସହିତ ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ନିଜ ନିଜର ଜନ୍ମବାର୍ଷିକୀ, ପିତାମାତାଙ୍କ ବିବାହ ବାର୍ଷିକୀ ଓ ଆମର ପ୍ରଚଳିତ ବିଭିନ୍ନ ପର୍ବପର୍ବାଣୀରେ ଗଛଟିଏ ଲଗାଇ ପୂର୍ବଜଙ୍କୁ ସମର୍ପଣ କଲେ, ପୂର୍ବଜମାନେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ପରିବେଶ ନିଶ୍ଚିତ ଭାବରେ ପ୍ରଦୂଷଣମୁକ୍ତ ହୋଇପାରିବ । ଗଛ ବଞ୍ôଚଲେ ଆମେ ବଞ୍ôଚବା ପ୍ରତ୍ୟେକ ଏହାକୁ ବୁଝିବା ଉଚିତ୍ ଓ ପ୍ରତ୍ୟେକ ଲୋକ ଉପହାରସ୍ୱରୂପ ଫୁଲତୋଡ଼ା ବଦଳରେ ଗଛଟିଏ ଉପହାର ଦେଇ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି କରିବାକୁ କସ୍ତୁରୀର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ । ସହଯୋଗ କରିଥିଲେ ଅର୍ପିତା, ଜ୍ୟୋତି, ଫକୀରମୋହନ, ପ୍ରଶାନ୍ତ, ବିଜୟ । ଧନ୍ୟବାଦ ଦେଇଥିଲେ ସୁଶ୍ରୀ ଅଙ୍କିତା ନାୟକ । ଆସନ୍ତା ଅଗଷ୍ଟ ୧୫ ତାରିଖ ମଙ୍ଗଳବାର ଦିବା ୨ ଘଟିକା ସମୟରେ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି । ବକ୍ତୃତାର ବିଷୟ ‘ରକ୍ତଦାନ ମହାପୂଣ୍ୟ’ । ରକ୍ତଦାନ କରି ଜୀବନ ବଞ୍ଚାନ୍ତୁ । ଯେଉଁ ସୁସ୍ଥ ବ୍ୟକ୍ତିମାନେ ରକ୍ତଦାନ କରିବାକୁ ଚାହୁଁଛନ୍ତି, ସେମାନେ ଦିବା ୧୦ ଘଟିକା ସମୟରୁ ୧ ଘଟିକା ସମୟରେ ମଧ୍ୟରେ ରକ୍ତଦାନ କରିପାରିପାରିବେ । ଏଥିପାଇଁ ସମ୍ପାଦକଙ୍କୁ ମୋବାଇଲ ନମ୍ବର ୯୩୩୭୧୨୬୦୭୩ କିମ୍ବା ୯୪୩୭୨୦୭୧୧୪ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ