କହିଥିବା କଥା ଆଜି ସତ୍ୟ ହୋଇଛି :ଅଟଳ ବିହାରୀ ବାଜପେୟୀ
ଅନ୍ଧାର ହଟିବ ,ସୂର୍ଯ୍ୟ ଉଇଁବ ,ପଦ୍ମ ଫୁଟିବ ଆଜି ସିଏ ନାହାଁନ୍ତି ସତ କିନ୍ତୁ ତାଙ୍କ କଥା ଆଜି ବାସ୍ତହବ ରୂପ ରେ ପରିଣତ ହେବାକୁ ଯାଉଛି ସେ ଆଉ କିଏ ନାହାଁନ୍ତି ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ତାଙ୍କ କଥା ଆଜି ସତ୍ୟ ହେବାକୁ ଯାଉଛି । ୧୯୯୭ ମସିହା କଥା ସେ ଦିନ ସଂସଦରେ ନିଜର ଅଭିଭାଷଣ ରେ କହିଥିବା କଥା ଆଜି ନିର୍ବାଚନର ପ୍ରତିଫଳିତ ହୋଇଛି । ଜନସଂଘ ରୁ ଆରମ୍ଭ ହୋଇଥିବା ବିଜେପି ବିଶ୍ୱ ର ସର୍ବବୃହତ ଦଳ ଭାବେ ଉଭା ହୋଇଛି । ସେ ଦିନ ବାଜପେୟୀ କହିଥିଲେ ଆଜି ଆମେ କମ ସାଂସଦ ଥିବାରୁ ବିପକ୍ଷ ପାର୍ଟି କଂଗ୍ରେସ ସାଂସଦ ମାନେ ଆମକୁ ଅଟ୍ଟହାସ୍ୟ କରୁଛନ୍ତି । କିନ୍ତୁ ସମୟ ଆସିବ ଯେଉଁ ମାନେ ଏହି ଦଳ ର ସର୍ବାଧିକ ସାଂସଦ ନିର୍ବାଚିତ ହୋଇ ଏହି ସଂସଦ ରେ ପ୍ରତିନିଧିତ୍ୱ କରିବେ ତାହା ଆଜି ସାରା ଭାରତ ରେ ପ୍ରତିଧ୍ୱନିତ୍ୱ ହେବାକୁ ଲାଗିଛି । ଗତ ସାଧାରଣ ନିର୍ବାଚନ ରେ ଗେରୁଆମୟ ହେଉଛି ଭାରତ ଏବଂ ଦ୍ୱିତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ ।