କାଇଞ୍ଚପୁର ସରପଞ୍ଚ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ
ଗଂଜାମ,(ଓ୍ବାଇଏନ୍ଏସ୍): ଶ୍ରେଷ୍ଠ ବିକାଶ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ପଞ୍ଚୟତ ରାଜ ମନ୍ତ୍ରୟାଳ ତରଫରୁ ପଞ୍ଚୟାତ ଦିବସ ରେ ଗଞ୍ଜାମ ବ୍ଳକ ର କାଇଁଚ ପୁର ପଞ୍ଚାୟତ ପୁରସ୍କୃତ କରାଯାଇଥିବା ରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚ ଜି.ସନ୍ତୋଷ ରେଡିଙ୍କୁ ଶୁଭେଛା ଜଣାଇଛନ୍ତି । ଗଞ୍ଜାମ ବ୍ଲକ ଗ୍ରସ୍ତ ରେ ଆସିଥିବା ସମୟ ରେ କାଇଁଚପୁର ଯାଇ ସରପଞ୍ଚ ସନ୍ତୋଷ କୁ ଶୁଭେଚ୍ଛା ଜଣାଇବା ସହ ପଂଚୟତର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଉକ୍ତ ସମୟ ରେ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଥିଲେ । ପରେ କରୋନା ପାଇଁ ଖୋଲା ଯାଇଥିବା ସଙ୍ଘ ରୋଧ କେନ୍ଦ୍ର ର ଭିତିଭୂମି ଅନୁଧ୍ୟାନ କରିଥିଲେ ।


