କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ବ୍ଲକ ଅର୍ନ୍ତଗତ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ରେଡ଼କ୍ରସ, ଏନ୍‌ସିସି, ସ୍କାଉଟସ୍ ଆଣ୍ଡ ଗାଇଡସ୍‌ର ମିଳିତ ସହଯୋଗରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତୁରଣକାନ୍ତ ରାୟ ସଭାପତିତ୍ୱ କରି କହିଲେ ଯେ, ଯୋଗ ମନୁଷ୍ୟକୁ ନିରୋଗ କରିବାରେ ସହଯୋଗ କରେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ନିରୋଗ ରଖିବା ପାଇଁ ପ୍ରତ୍ୟହ ଯୋଗାଭ୍ୟାସ କରିବା ଉଚିତ୍ । ଭାରତବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଗ ଦିବସ ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳିତ ହେଉଛି । ତେଣୁ ଆଧୁନିକ ଚିକିତ୍ସା ପଦ୍ଧତିକୁ କେବଳ ନ ଆପଣାଇ ଯୋଗକୁ ଆପଣାଇ ପାରିଲେ ଅନେକ ଦୂରାରୋଗ୍ୟ ମୁକ୍ତ ଆମେ ହୋଇପାରିବା ବୋଲି ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ସ୍ୱାଗତ ଭାଷଣ ଦେବା ସହ ଯୋଗ ନିରୋଗ ରହିବା ପାଇଁ ଏକ ଶ୍ରେଷ୍ଠ ନିଦାନ ବୋଲି ସୂଚନା ପ୍ରଦାନ କରିଥିଲେ । ସେହିପରି ଅଧ୍ୟାପକ ପ୍ରତାପ ଛୋଟରାୟ, ରେଡ଼କ୍ରସ ଅଧିକାରୀ ଡ. ଜନ୍ମେଜୟ ଚୌଧୁରୀ +୨ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁଧାଂଶୁ ରଣସିଂ, ସ୍କାଉଟସ୍ ଓ ଗାଇଡସ୍ ମୁଖ୍ୟ ମାନସ ଜୟସିଂହ, ସ୍ୱୟଂପ୍ରଜ୍ଞା ମାନ୍ଧାତା, ଏନ୍‌ସିସି ମୁଖ୍ୟ ତପନ ପୃଷ୍ଟି, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜସାମନ୍ତ, ସଂଯୁକ୍ତା ପଟ୍ଟନାୟକ, ଭୁବନେଶ୍ୱର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଯୋଗ ଓ ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ସଭା ପରେ ପରେ ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଗ୍ରାମମାନ ପରିକ୍ରମା କରି ପ୍ରତ୍ୟେକ ବ୍ୟକ୍ତି ଯୋଗାଭ୍ୟାସ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ