କାଉଁରିଆ ଜାଳିବାକୁ ନେଇ ଆଇତିପୁର ଗ୍ରାମରେ ଦୁଇ ପରିବାର ଭିତରେ ବିବାଦ, ଘର ଭିତରକୁ ବାଣ ଫୋପାଡିଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ଗ୍ରାମରେ କାଉଁରିଆ କାଠି ଜାଳିବାକୁ ନେଇ ଦୁଇ ପରିବାର ଭିତରେ ବିବାଦ ଦେଖାଦେଇଛି । ଏପରିକି ଦୁଇ ପରିବାର ଭିତରେ ଗଣ୍ଡଗୋଳ ଲାଗିବା ସହିତ ଗୋଟିଏ ଘର ଉପରକୁ ବାଣ ଫୋପଡାଯାଇ ଭୟଭୀତ କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ରବିନ୍ଦ୍ର ଦାସ ଓ ଗଦାଧର ଦାସ ଗୋଟିଏ ପରିବାରର ହୋଇଥିବାବେଳେ ଦୀପାବଳୀରେ ଉଭୟ ପରିବାର ଗୋଟିଏ ସ୍ଥାନରେ କାଉଁରିଆ କାଠି ଜଳାଇ ପିତୃପୁରୁଷଙ୍କୁ ବିଦାୟ ଜଣାଇଥାନ୍ତି । ମାତ୍ର ଗତ କିଛିଦିନ ହେବ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିବା ଯୋଗୁଁ ଗତକାଳି ଅଲଗା ଅଲଗା କାଉଁରିଆ କାଠି ଜଳାଇଥିଲେ । ଏହାକୁନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଲାଗିବା ସହିତ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କ ଘର ଭିତରକୁ ବାଣ ଫୋପାଡିଥିଲେ । ଫଳରେ ଘର ଭିତରେ ଥିବା ଲୋକମାନେ ଭୟଭୀତ ହୋଇ ପଡିଥିଲେ । ଏହାକୁ;ନଇ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ