କାଉଁରୀ ମହୋତ୍ସବରେ ସରପଞ୍ଚ ସମ୍ମାନିତ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ରାଜସୁନାଖଳା କାଉଁରୀ ମହୋତ୍ସବ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି. ରାଜସୁନାଖଳା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗୋପାଳପୁର ଗ୍ରାମ ପଂଚାୟତ ର ସରପଞ୍ଚ, ତଥା ମହିମା ସେବା ଫାଉଣ୍ଡେସନ ର ଉପଦେଷ୍ଟା,ନିଆରା ସମାଜସେବୀ ପ୍ରଦୀପ କୁମାର ବାରିକ ଙ୍କୁ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଓଡିଶା ବିଧାନସଭା ବାଚସ୍ପତି ମାନନୀୟା ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ. ସମାଜସେବା, ତଥା ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ ସମ୍ବର୍ଦ୍ଧନା ତାଙ୍କୁ ପ୍ରଦାନ କରାଯିବା ସହିତ ଉତ୍କଳ ର କଳା, ସଂସ୍କୃତି, ପରମ୍ପରା କୁ ଆଗେଇ ନେବାରେ ଏହି ପରି ମହୋତ୍ସବ ର ଆବଶ୍ୟକତା ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ସମାଜସେବୀ ତଥା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଜଣାଇଛନ୍ତି