କାଉଁରୀ ମହୋତ୍ସବ ନିମନ୍ତେ ସଜବାଜ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ପ୍ରଥମ ଥର ପାଇଁ ଅଂଚଳବାସୀ ଏକତ୍ତିତ ହୋଇ କାଉଁରୀ ମହୋତ୍ସବ କୁ ଧୁମଧାମରେ ପାଳନ କରିବେ । ବିଗତ ବହୁ ବର୍ଷ ଧରି ଅଂଚଳବାସୀ ଏହି ମହୋତ୍ସବ ପାଳନ କରିବାକୁ ଚାହିଁରହିଥିବା ବେଳେ ତାହା ଏହି ବର୍ଷ ସଫଳ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ଏହି ମହୋତ୍ସବ ଶୁଭାରମ୍ଭ ହେବ ।ଏହି କାଉଁରୀ ମହୋତ୍ସବ ନିମନ୍ତେ ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବହୁ ଦୁରଦୁରାନ୍ତରୁ ପରିବାର ବନ୍ଧୁ ବାନ୍ଧବ ଗହଳିର ସହ ହସ ଖୁସିରେ ଫାଟି ପଡୁଛି ଅଂଚଳ ।


