କାଉଡିଆଙ୍କ ବୋଲବମ ଧ୍ୱନିରେ କମ୍ପି ଉଠିଲା ଉତ୍ତରେଶ୍ୱର ମନ୍ଦିର

ହାଟଡିହି, (ବିକାଶ ବିଶ୍ୱାଳ) :-ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳଲାଗି କଲେ ମନସ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାଷ ଅଛି । ଏଥିପାଇଁ ଆଜି ଆଷାଢ଼ ମାସର ପ୍ରଥମ ସୋମବାର ଥିବାରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ କପାଉଡିଆଙ୍କ ଧାଡି ଲାଗିଛି । ଗାଁ ଠାରୁ ସହର ସମସ୍ତ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । କରୋନା ପାଇଁ ଦୁଇବର୍ଷ ବନ୍ଦ ଥିବାରୁ ଚଳିତ ଆଷାଢ଼କୁ ଭକ୍ତମାନେ ସତେ ଯେପରି ଚାହିଁ ବସିଥିଲେ । ଆଜି ମୁଗୁପୁରର ଉତ୍ତରେଶ୍ୱର ମନ୍ଦିରରେ ଶହଶହ କାଉଡିଆଙ୍କ ସମାଗମ ହୋଇଥିଲା । ପ୍ରଥମଥର ପାଇଁ ଗତ କିଛିଦିନ ତଳେ ଶ୍ରାବଣୀ ଲିଙ୍ଗ ପ୍ରତିଷ୍ଠା କରାଯାଇଥିବାବେଳେ ଆଜି ଶହଶହ ଭକ୍ତ ନିକଟସ୍ଥ ତରଭା ବୈତରଣୀ ନଦୀଘାଟରୁ ପାଣି ଆଣି ଗ୍ରାମ ପରିକ୍ରମା କରିବାପରେ ଶିବଙ୍କ ମୁଣ୍ଡରେ ଜଳଲାଗି କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ପାଣିଢ଼ାଲିବା ଲାଗି ବ୍ୟାରିକେଡ କରାଯିବା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ