କାଉଡ଼ିଆ ଯାତ୍ରା

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ । ଏହି ମାସରେ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲିଆସୁଛି । ଏହି ଯାତ୍ରାର ଆରମ୍ଭ କେବେ ଓ କିଏ କରିଥିଲେ ସେ ନେଇ ପୁରାଣରେ ଅନେକ ବର୍ଣ୍ଣନା ରହିଛି । ସର୍ବପ୍ରଥମ କାଉଡିଆ ଭାବେ କେତେକ ଭଗବାନ ଶ୍ରୀରାମଙ୍କୁ କହିଥାନ୍ତି । ଶ୍ରୀରାମ ସୁଲତା ନଦୀରୁ ଜଳ ଉଠାଇ ବାବାଧାମରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ଭଗବାନ ଶିବଙ୍କ ପରମଭକ୍ତ ପର୍ଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କେତେକ କହିଥାନ୍ତି । ଶ୍ରବଣ କୁମାର ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି ମଧ୍ୟ କିଛି ଲୋକେ ମତ ଦିଅନ୍ତି । ସେ ହରିଦ୍ୱାରରେ ନିଜ ଦୃଷ୍ଟିହୀନ ମାତାପିତାଙ୍କ ଗଙ୍ଗାସ୍ନାନ କରିବାର ଇଚ୍ଛା ପୂରଣ କରିବା ପାଇଁ ସେମାନଙ୍କୁ ଭାରରେ ବୋହିଥିଲେ । ହରିଦ୍ୱାରରେ ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇଥିଲେ । ପୁରାଣ ଅନୁସାରେ ଏହି ଯାତ୍ରାର ଆରମ୍ଭ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା । ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ପିଇବା ପରେ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା । ସେ ପାଲଟିଥିଲେ ନୀଳକଣ୍ଠ । ବିଷ ପ୍ରଭାବକୁ କମ୍ କରିବା ପାଇଁ ଦେବତାମାନେ ଶିବଙ୍କ ଶରୀରରେ ପବିତ୍ର ଓ ଶୀତଳ ଗଙ୍ଗାଜଳ ଚଢ଼ାଇଥିଲେ । ଏହାପରେ ଭଗବାନ ଶିବଙ୍କ ଅବସ୍ଥା ସ୍ୱାଭାବିକ ହୋଇଥିଲା । ଏହି ପରମ୍ପରା ଅନୁସାରେ କାଉଡ଼ିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ନୀଳକଣ୍ଠ ମହାଦେବଙ୍କ ଉପରେ ଚଢାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ