କାକଟପୁରରେ ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଶୁଭେଚ୍ଛା

ନୟାହାଟ(ଯୁଗାଦ୍ଧ ନ୍ୟୁଜ)): ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ କାକଟପୁର ବିଧାନସଭା ପାଇଁ ବିଜେପି ପକ୍ଷରୁ ତାଙ୍କ ନାମ ଘୋଷଣା କରାଯିବାରେ କାକଟପୁରରେ ଆନନ୍ଦର ଲହରୀ ଖେଳିଯିବାସହ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ନୟାହାଟ ୧୪ ନଂ ଜୋନ୍ ସଭାପତି ମାନସ ସାହୁ, ମୋର୍ଚ୍ଚା ସଭାପତି ଦୀନବନ୍ଧୁ ମହାନ୍ତି, ଧୂମାଳ ସଭାପତି ରାମ ମହାନ୍ତି, ଜଙ୍ଗଲବୋରୀର ମାନସ ରଞ୍ଜନ ପାତ୍ର, ସୋରଭାର ଆଦିତ୍ୟ ରାଉତ, ଈଷାଣପୁର ସଭାପତି ଲମ୍ବୋଧର ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ରାଜଲକ୍ଷ୍ମୀ ଦାଶ ପ୍ରମୁଖ ରବି ମଲ୍ଲିକଙ୍କୁ ମଙ୍ଗଳା ମନ୍ଦିର ନିକଟରେ ବଧେଇ ଜଣାଇଥିଲେ ବୋଲି ଦେସ୍ଥଳୀ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ