କାକଟପୁରରେ ବିଜେପି ପ୍ରାର୍ଥୀଙ୍କ ରୋଡ୍ ଶୋ

କାକଟପୁର(ଯୁଗାବ୍ଦ ନ୍ୟୁଜ୍‍): କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ଆଳୁଦଣ୍ଡାପାଟଣା ସାଇ ମନ୍ଦିରରୁ ବାହାରି ନୟାହାଟ, କାକଟପୁର ବୁଲି ବାଲି କପିଳେଶ୍ୱର ନିକଟରେ ସମାପ୍ତ ହୋଇଥିଲା ।
ଏହି ରୋଡ ଶୋରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀନୀ ଅପରାଜିତା ଷଡ଼ଙ୍ଗୀ, ଜଗତ୍ସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ କାକଟପୁର ବିଧାନସଭା ପ୍ରାର୍ଥୀ ରବି ମଲ୍ଲିକଙ୍କୁ ପଦ୍ମ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ରତିକାନ୍ତ ବେହେରା, ବିଶ୍ୱଜିତ୍ ମୁଦୁଲି, କାଳନ୍ଦୀ ନାୟକ, ବିଜେପି ନେତା ଯଶୋବନ୍ତ ସ୍ୱାଇଁ, ବିଭୁ ପ୍ରସାଦ ନାୟକ, ଲଳିତ ରଥ, ମଙ୍ଗଳା ପ୍ରସାଦ ସାମନ୍ତରାୟ, ସରୋଜ ମିଶ୍ର, ଅଶୋକ ଦାଶ, କାବୁ ଦିକ୍ଷିତ, ମାଧବାନନ୍ଦ ଦାସ, ବାବୁଲା ବିଶ୍ୱାଳ, କାଳନ୍ଦୀ ଦିକ୍ଷିତ୍, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସୁଭେନ ପାଲ ପ୍ରମୁଖଙ୍କ ସମେତ ୫ହଜାରରୁ ଉର୍ଦ୍ଧ ବାଇକ୍ ଶୋଭାଯାତ୍ରାରେ ଯୋଗଦେଇ ମୋଦି ନାରା ଦେଇଥିଲେ । ଯାହାଦ୍ୱାରା ନିମାପଡା ଅସ୍ତରଙ୍ଗ ମୁଖ୍ୟରାସ୍ତା ଜନଗହଳିପୂର୍ଣ୍ଣ ରହି ଗାଡି ମଟର ଚଳାଚଳରେ ବାଧାସୃଷ୍ଟି କରିଥିଲା । ଟ୍ରାଫିକ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୁଲିସ୍ ନାକେଦମ୍ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ