କାକଟପୁର ଥାନା ପରିସର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ) : ସମଗ୍ର ଦେଶରେ କରୋନା କାୟା ମେଲାଇଥିବା ବେଳେ ତାହା ସହ ଥାଲାସେମିୟା ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲ ରେ ରକ୍ତର ଅଭାବ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି l ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଓ ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ଆନୁକୂଲ୍ୟରେ କାକଟପୁର ଥାନା ପରିସରରେ ଶନିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ବର୍ଗର ଯୁବପିଢ଼ି ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ସାହୁ, ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଆଶିଷ କୁମାର ମହାପାତ୍ର,କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l କଟକ ରେଡକ୍ରସ ପକ୍ଷରୁ ଅଭିଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ଙ୍କ ଦ୍ୱାରା ଯୁବ ରକ୍ତଦାତା ଙ୍କ ଠାରୁ ସମୁଦାୟ 125 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ହସ୍ପିଟାଲ ମାନଙ୍କ ରେ ରକ୍ତର ଅଭାବ କୁ କିଛି ମାତ୍ରାରେ କମାଇବାକୁ ପ୍ରୟାସ କରାଯାଇଛି l ଆଗାମୀ ଦିନରେ ଏହି ରକ୍ତଦାନ ଅଭିଯାନ ଚାଲୁରହିବ ବୋଲି ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଦିବ୍ୟରଞ୍ଜନସାହୁ ପ୍ରକାଶ କରିଛନ୍ତି l