କାକଟପୁର ପାଇଁ ଗର୍ବ ଆଣିଲେ ସାଧନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ନୀଳକଣ୍ଠପୁର ଗ୍ରାମର ବ୍ୟବସାୟୀ ତଥା ମାଧବାନନ୍ଦ ଙ୍କ ପୂଜକ ପ୍ରକାଶ ଚନ୍ଦ୍ର ଦାଶ ଓ ଚିତ୍ରରେଖା ଦାଶଙ୍କ ଜ୍ୟେଷ୍ଠ କନ୍ୟା ସାଧନା ନିଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୨୫୭୧ ରାଙ୍କ ପାଇ ଡାକ୍ତରୀ ପାଠ ଅଧ୍ୟୟନ କରିବାପାଇଁ ମନୋନୀତ ହୋଇଛନ୍ତି l ନିଟ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ସାଧନା ଦାଶ ବେଶ ଖୁସି ଥିବାବେଳେ ମେଡିକାଲ ପାଠ୍ୟକ୍ରମ ସାରି ସେ ଗରିବ ଜନସାଧାରଣଙ୍କ ସେବା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଏହି ଖବର ପ୍ରଚାରିତ ହେବା ନିଜ ଗ୍ରାମ ନୀଳକଣ୍ଠପୁର ଏବଂ ମାମୁଁଘର ଜିଉଁନ୍ତି ରେ ଖୁସିର ଲହରୀ ଖେଳିଯାଇଛି l ମଧ୍ୟବିତ୍ତ ପରିବାରରୁ ଯାଇ ସାଧନା ଡାକ୍ତରୀ ପଢିବା ପାଇଁ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ସେ ତାଙ୍କ ପିତା, ମାତା, ମାମୁଁ, ମାଇଁ ଏବଂ ସମସ୍ତ ପରିବାର ବର୍ଗଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପରେ ତାଙ୍କ ସାଙ୍ଗସାଥି ମାନଙ୍କ ସହିତ ଆତ୍ମୀୟ ମାନଙ୍କ ଠାରୁ ଶୁଭେଛା ର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ